Masthead

୪ ବର୍ଷ ତଳେ କାନ୍ଦିଥିଲା ଭାରତ, ଏବେ ଦେବ ସଫଳତା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ ): ଅଧାରେ ରହିଯାଇଥିଲା ସ୍ୱପ୍ନ । ଅଟକିଯାଇଥିଲା ବିଜୟ ଧାରା । ହୋଇପାରିନଥିଲା ଇତିହାସର ପୁନରାବୃତ୍ତି । ବିଫଳ ହୋଇଥିଲା ଚନ୍ଦ୍ରଯାନ-୨ । କିନ୍ତୁ ହାର ମାନିନଥିଲା ଇସ୍ରୋ । ବିଫଳତାକୁ ନୂଆ ମିଶନର ମୂଳଦୁଆ ଭାବି ଆଗକୁ ବଢି ଚାଲିଥିଲା ।
ଗୋଟିଏ ପଟେ ଚନ୍ଦ୍ରଯାନ-୩ ପାଇଁ ଉସôାହ । ଅନ୍ୟ ପଟେ ଚନ୍ଦ୍ରଯାନ-୨ର ଦୁଃଖ । ଏବେ ବି ମନେ ଅଛି ୪ ବର୍ଷ ତଳର ସେହି ରାତି, ଖାଲି ଲୁହରେ ଭିଜି ନ ଥିଲେ ଇସ୍ରୋ ବୈଜ୍ଞାନିକ । ସାରା ଦେଶ କାନ୍ଦିଥିଲା ।

ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ମଥା ରଖି ଛୋଟ ପିଲାଙ୍କ ଭଳି ଭୋ ଭୋ ହୋଇ କାନ୍ଦିଥିଲେ କେ.ଶିବନ୍ । ବିକ୍ରମ ସହ ଛିଡିଯାଇଥିଲା ସଂପର୍କ । ଫେଲ ହୋଇଯାଇଥିଲା ଦ୍ୱିତୀୟ ଚନ୍ଦ୍ର ମିଶନ । ପ୍ରଥମ ଥରର ସଫଳତା ପରେ ଦ୍ୱିତୀୟ ମିଶନର ବିଫଳତାକୁ ସହଜରେ ଗ୍ରହଣ କରିପାରୁନଥିଲେ ଭାରତବାସୀ । ଲୋକମାନଙ୍କ ମନରେ ଉଠିଥିଲା ଅନେକ ପ୍ରଶ୍ନ । କ’ଣ ରହିଯାଇଥିଲା ଊଣା? କେମିତି ବିଫଳ ହୋଇଥିଲା ମିଶନ? କ’ଣ କହିଥିଲେ ବୈଜ୍ଞାନିକ?
ଚନ୍ଦ୍ରଯାନ-୧ର ଫଲୋଅପ୍ ମିଶନ ଥିଲା ଦ୍ୱିତୀୟ ଚନ୍ଦ୍ର ମିଶନ । ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ର ଅଭିମୁଖେ ବାହାରିଥିଲା ଚନ୍ଦ୍ରଯାନ-୨ । ଏଲଭିଏମ-୩

ଏମ-୧କୁ ଏଥିରେ ଅର୍ନ୍ତଭୁକ୍ତ କରାଯାଇଥିଲା । ଯାହାର ଓଜନ ଥିଲା ୩୮୫୦ କିଲୋଗ୍ରାମ । ବିକ୍ରମ ଲ୍ୟାଣ୍ଡର ଓ ପ୍ରଗ୍ୟାନ ରୋଭର ପରି ଜ୍ଞାନକୌଶଳକୁ ଏଥିରେ ଯୋଡ଼ା ଯାଇଥିଲା । ପୂର୍ବ ମିଶନ ପରି ଚନ୍ଦ୍ରଯାନ-୨କୁ ମଧ୍ୟ ସ୍ୱଦେଶୀ ଜ୍ଞାନ କୌଶଳ ମାଧ୍ୟମରେ ନିର୍ମାଣ କରାଯାଇଥିଲା ।
ଚନ୍ଦ୍ରଯାନ-୨ କୁ ନେଇ ବେଶ ଖୁସି ଥିଲେ ସମସ୍ତେ । ଏହା କିପରି କାର୍ଯ୍ୟ କରିବ? କେଉଁ କେଉଁ କ୍ଷେତ୍ରରେ ସହାୟକ ହେବ ସେ ନେଇ ପ୍ରେସ ମିଟ ଜରିଆରେ ସୂଚନା ଦେଇଥିଲେ କେ. ଶିବନ ।

ଚନ୍ଦ୍ରପୃଷ୍ଠରେ ଲଗାତାର ବିଜୟ ପତାକା ଉଡ଼ାଇବାର ଧାରାରେ ରୋକ ଲାଗିଯାଇଥିଲା ସତ । ହେଲେ ଭାଙ୍ଗିପଡି ନଥିଲେ ଭାରତୀୟ ବୈଜ୍ଞାନିକ । ମାନି ନଥିଲେ ହାର । ଅନ୍ୟ ମହାକାଶ ଗବେଷଣା ସଂସ୍ଥା ତୁଳନାରେ ନିଜକୁ ପଛକୁ ପକାଇନଥିଲେ । ଏବଂ ବିଫଳତାରୁ ଉଚିତ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଲାଗିପଡ଼ିଥିଲେ ତୃତୀୟ ଚନ୍ଦ ମିଶନ ଅର୍ଥାତ୍ ଚନ୍ଦ୍ରଯାନ-୩ରେ । ଯାହାର ସାକ୍ଷୀ ରହିଛି ସାରା ବିଶ୍ୱ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା