Masthead

ଟ୍ୱିଟର ୟୁଜର୍ସଙ୍କ ବାବଦରେ ସର୍ବାଧିକ ତଥ୍ୟ ମାଗିଛି ଭାରତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟ୍ୱିଟରକୁ ନୂଆ ଆଇଟି ନିୟମ ଅନୁସାରେ ସର୍ବାଧିକ ତଥ୍ୟ ମାଗିଥିବା ଦେଶ ମଧ୍ୟରେ ଭାରତ ପ୍ରଥମ । ତେବେ ଏହି ନିୟମ ଲାଗୁ ହେବା ପରେ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ମଧ୍ୟ ବଢ଼ିଛି । ଏହା ମଧ୍ୟରେ ଟ୍ୱିଟର ନିଜରର ଟ୍ରାନ୍ସପରେନ୍ସି ରିପୋର୍ଟ ମଧ୍ୟ ଜାରି କରିଛି । ଏଥିରେ କୁହାଯାଇଛି ଯେ ସର୍ବାଧିକ ଟ୍ୱିଟର ୟୁଜର ବା ଆକାଉଣ୍ଟ ବାବଦରେ ଅଧିକ ସୂଚନା ମାଗିବାରେ ଭାରତ ପ୍ରଥମ । ତେବେ ଏହାପଛକୁ ରହିଛି ଆମେରିକା । ସେହିଭଳି ସର୍ବାଧିକ ପୋଷ୍ଟ ଡିଲିଟ କରିବାକୁ ଅନୁରୋଧ କରୁଥିବା ଦେଶ ମଧ୍ୟରେ ଜାପାନ ପ୍ରଥମରେ ରହିଛି ।

ତେବେ ପୋଷ୍ଟ ହଟାଇବାକୁ ନିବେଦନ କରିଥିବା ରାଷ୍ଟ୍ର ମଧ୍ୟରେ ଶ୍ରେଷ୍ଠ ୫ଟି ଦେଶ ମଧ୍ୟରେ ଜାପାନ, ଭାରତ, ଋଷିଆ, ତୁର୍କୀ ଏବଂ ଦକ୍ଷିଣ କୋରିଆ ରହିଛନ୍ତି । ଏହି ରିପାର୍ଟ କମ୍ପାନୀ ତରଫରୁ ବର୍ଷକୁ ଦୁଇଥର ପ୍ରକାଶ ପାଇଥାଏ । ତେବେ ନୂଆ ଆଇଟି ନିୟମକୁ ଟ୍ୱିଟର ମାନୁ ନଥିବା ବେଳେ ଏହାକୁ ନେଇ କେନ୍ଦ୍ର ଓ ଟ୍ୱିଟର ମଧ୍ୟରେ ବିବାଦ ବଢ଼ିଥିଲା । ଦିଲ୍ଲୀ ହାଇକୋର୍ଟ ଟ୍ୱିଟରକୁ ଏହି ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଟ୍ୱିଟର ସ୍ଥାନୀୟ ନୋଡାଲ ଅଧିକାରୀ ଭାବରେ ବିନୟ ପ୍ରକାଶଙ୍କୁ ଟ୍ୱିଟର ନିଯୁକ୍ତି ଦେଇଛି। ଭାରତରେ ଏବେ ଟ୍ୱିଟରରେ ଆନୁମାନିକ ୧.୭୫ କୋଟି ୟୁଜର ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ?