Masthead

ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ ‘କାବେରୀ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରମ୍ଭ ହେଲା ଅପରେସନ କାବେରୀ । ସୁଦାନରେ ଫଶିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଏହି ଅପରେସନ ଆରମ୍ଭ କରାଯାଇଛି । ଏହି ଅପରେସନରେ ସୁଦାନରେ ଫଶିଥିବା ପ୍ରାୟ ୫୦୦ ଭାରତୀୟଙ୍କୁ ଉଦ୍ଧାର କରାଯିବ। ଭାରତୀୟଙ୍କୁଉଦ୍ଧାର ଲାଗି ବିମାନ ଏବଂ ଜାହାଜ ପ୍ରସ୍ତୁତ ରହିଛି। ସୁଦାନ ବନ୍ଦରରେ ଆଇଏନଏସ ସୁମେଧା ପ୍ରସ୍ତୁତ ରହିଛି।

ଏହି ଜାହାଜରେ ଭାରତୀୟଙ୍କୁ ଘରକୁ ଫେରାଇ ଅଣାଯିବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର କହିଛନ୍ତି। ଗୃହ ଯୁଦ୍ଧ ପାଇଁ ଅଶାନ୍ତ ହୋଇପଡିଛି ସୁଦାନ । ସୁଦାନରେ ୩ ହଜାର ଭାରତୀୟ ନାଗରିକ ଫଶି ରହିଛନ୍ତି।ପ୍ରଥମ ପର୍ଯ୍ୟୟରେ ପ୍ରାୟ ୫୦୦ ଭାରତୀୟ ସୁଦାନ ବନ୍ଦରରେ ପହଞ୍ଚି ସାରିଛନ୍ତି। ସେମାନଙ୍କୁ ଆଇଏନଏସ ସୁମେଧାରେ ଭାରତ ଅଣାଯିବ। ସେପେଟ ଭାରତୀୟ ବାୟୁ ସେନାର ଦୁଇଟି ସି-୧୩୦ ଜେ ସୁପର ହର୍କୁଲେସ୍ ବିମାନ ଜେଦାହରେ ପ୍ରସ୍ତୁତ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି