Masthead

ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ ‘କାବେରୀ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରମ୍ଭ ହେଲା ଅପରେସନ କାବେରୀ । ସୁଦାନରେ ଫଶିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଏହି ଅପରେସନ ଆରମ୍ଭ କରାଯାଇଛି । ଏହି ଅପରେସନରେ ସୁଦାନରେ ଫଶିଥିବା ପ୍ରାୟ ୫୦୦ ଭାରତୀୟଙ୍କୁ ଉଦ୍ଧାର କରାଯିବ। ଭାରତୀୟଙ୍କୁଉଦ୍ଧାର ଲାଗି ବିମାନ ଏବଂ ଜାହାଜ ପ୍ରସ୍ତୁତ ରହିଛି। ସୁଦାନ ବନ୍ଦରରେ ଆଇଏନଏସ ସୁମେଧା ପ୍ରସ୍ତୁତ ରହିଛି।

ଏହି ଜାହାଜରେ ଭାରତୀୟଙ୍କୁ ଘରକୁ ଫେରାଇ ଅଣାଯିବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର କହିଛନ୍ତି। ଗୃହ ଯୁଦ୍ଧ ପାଇଁ ଅଶାନ୍ତ ହୋଇପଡିଛି ସୁଦାନ । ସୁଦାନରେ ୩ ହଜାର ଭାରତୀୟ ନାଗରିକ ଫଶି ରହିଛନ୍ତି।ପ୍ରଥମ ପର୍ଯ୍ୟୟରେ ପ୍ରାୟ ୫୦୦ ଭାରତୀୟ ସୁଦାନ ବନ୍ଦରରେ ପହଞ୍ଚି ସାରିଛନ୍ତି। ସେମାନଙ୍କୁ ଆଇଏନଏସ ସୁମେଧାରେ ଭାରତ ଅଣାଯିବ। ସେପେଟ ଭାରତୀୟ ବାୟୁ ସେନାର ଦୁଇଟି ସି-୧୩୦ ଜେ ସୁପର ହର୍କୁଲେସ୍ ବିମାନ ଜେଦାହରେ ପ୍ରସ୍ତୁତ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ