Masthead

ଆମକୁ ନବୀନ ନୁହେଁ, ବାଘେଲ ଦରକାର

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଆମେ ଓଡିଶା ନୁହେଁ ଛତିଶଗଡ଼ରେ ମିଶିବୁ। ନବୀନ ନୁହେଁ ଆମକୁ ବାଘେଲ ଦରକାର। ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତର ଦୁଇ ଦିନ ପରେ ନିଜର ମୌଳିକ ଅଧିକାର ମିଳୁନଥିବା କହି ଏପରି କହିଛନ୍ତି ସୁନାବେଡା ଓ ସୋସେଙ୍ଗ ପଂଚୟତର ଲୋକମାନେ। ନୂଆପଡ଼ାର ସୁନାବେଡା ଅଭୟାରଣ୍ୟ ୬୦୦ ବର୍ଗ କିଲୋମିଟର ଆୟତନ ତଥା ସମୁଦ୍ର ପତ୍ତନ ଠାରୁ ୩୨୦୦ ଫୁଟ ଉପରେ ଅବସ୍ଥିତ।

ଏହି ଉପାନ୍ତ ତଥା ସୀମାନ୍ତ ପଞ୍ଚାୟତ ସୁନାବେଡା ଓ ସୋସେଙ୍ଗରେ ଚକୋଟିଆ, ଭୁଞ୍ଜିଆ ସହିତ ଅନେକ ଜନଜାତିର ଲୋକେ ବସବାସ କରନ୍ତି। ସୁନାବେଡା ପଂଚୟତ ସହିତ ଲାଗି ରହିଛି ଛତିଶଗଡ଼ ସୀମା।ସ୍ୱାଧୀନତାର ଅନେକ ବର୍ଷ ପରେବି ଏଠିକାର ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ । ମୈଳିକ ସୁବିଧା ପାଇଁ ଏବେବି ସଙ୍ଘର୍ଷ କରୁଛନ୍ତି ଲୋକେ ।

ସୁନାବେଡ଼ାରେ ହୋଇଥିବା ମେଳିରେ ସରକାର ଏହି ଅଞ୍ଚଳର ବନବାସୀଙ୍କୁ ଅଣଦେଖା କରୁଥିବା କହି ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଅଭୟାରଣ୍ୟବାସୀ। ବିଜୁ ବାବୁଙ୍କ ସାନପିଲା ନୂଆପଡା ଆଜି ଯୁବକ ହୋଇଥାଇପାରେ ମାତ୍ର ଏହାର ଏକ ଡାହାଣ ଅଙ୍ଗ ସୁନାବେଡା ମୃତ ପ୍ରାୟ ବୋଲି କହିଛନ୍ତି ଏଠିକାର ଲୋକେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ