ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌; ମୋହାଲିରେ ଖେଳାଯିବ ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଆଜିଠୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜ । ଆଜି ଦିନ ସାଢେ ଗୋଟାଏରେ ପଞ୍ଜାବର ମୋହାଲିରେ ହେବ ପ୍ରଥମ ଦିନିକିଆ ଟକ୍କର । ସିରିଜର ପ୍ରଥମ ଦୁଇଟି ଦିନିକିଆ ପାଇଁ ରୋହିତ, କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ପ୍ରଥମ ଦୁଇଟି ମ୍ୟାଚରେ କେ.ଏଲ ରାହୁଲ ଅଧିନାୟିକ ଦାୟୀତ୍ୱ ତୁଲାଇବେ । ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରେକର୍ଡ ସେତେଟା ଭଲ ନାହିଁ । ମୋହାଲିରେ ଦିନିକିଆ ଫର୍ମାଟରେ କେବେ ବି କଙ୍ଗାରୁ ଟିମକୁ ପରାସ୍ତ କରିପାରିନି ଟିମ୍ ଇଣ୍ଡିଆ । ଭାରତ-ଅଷ୍ଟ୍ରେଲିଆ ଏଯାଏଁ ଦିନିକିଆରେ ମୋଟ ୧୪୬ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୫୪ ଥର ବିଜୟ ଲାଭ କରିଥିବାବେଳେ ଅଷ୍ଟ୍ରେଲିଆ ୮୨ ଥର ମ୍ୟାଚ୍ ଜିତିଛି ।

ଏଥର ରେକର୍ଡ ଭାଙ୍ଗି ଭାରତ ନିଜ ମାଟିରେ ଅଷ୍ଟ୍ରେଲିଆକୁ ହରାଇବାକୁ ଲକ୍ଷ୍ୟ ରଖିଛି। ଦିନିକିଆ ବିଶ୍ୱକପକୁ ଆଉ ଦୁଇ ସପ୍ତାହ ବାକି ଥିବା ବେଳେ ଏହି ସିରିଜ ଖେଳାଯାଉଛି । ତେଣୁ ଉଭୟ ଦଳ ପାଇଁ ଏହା ଗୁରୁତ୍ୱ ବହନ କରୁଛି । ରୋହିତ, କୋହଲି, ହାର୍ଦ୍ଦିକଙ୍କ ସ୍ଥାନରେ ଶ୍ରେୟସ ଆୟର, ସୂର୍ୟ୍ୟକୁମାର ଯାଦବ, ରବିଚନ୍ଦ୍ରନ ଅଶ୍ୱୀନିଙ୍କୁ ସୁଯୋଗ ମିଳିପାରେ । ଅଷ୍ଟେଲିଆ ଦଳରେ ଡେଭିଟ ୱାର୍ଣ୍ଣର, ମିଚେଲ ମାର୍ସ, ଷ୍ଟିଭେନ ସ୍ମିଥଙ୍କ ଭଳି ଅଭିଜ୍ଞ ବ୍ୟାଟର ଅଛନ୍ତି । ପାଟ କମିନ୍ସଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇବ । ନିକଟରେ ଏସିଆ କପରେ ବିଜୟ ଯୋଗୁ ଭାରତୀୟ ଟମର ମନବଳ ସଦୃଢ । ଏହି ସିରିଜ ଜିତି ବିଶ୍ୱକପରେ ଫେଭରାଇଟ୍ ଟିମ ଭାବେ ବିଶ୍ୱକପରେ ପଦାର୍ପଣ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ । ରୋହିତଙ୍କ ଅନୁପସ୍ଥିତିରେ ଇସାନ କିଶାନ ଏବଂ ଶୁବମନ ଗିଲ ଓପନିଂ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’