Masthead

ଅଫିସ ଖାଁ ଖାଁ, ଲୋକେ ହସ୍ତସନ୍ତ

ବରୀ (ବଡ଼ ଖବର ବ୍ୟୁରୋ): ସରକାରୀ ନିୟମକୁ ଫୁ । ବ୍ଲକ ଆସୁନାହାନ୍ତି କର୍ମଚାରୀ । ନିରାଶ ହୋଇ ଫେରୁଛନ୍ତି ଲୋକେ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସରକାର ସମସ୍ତ ସରକାରୀ କାର୍ୟ୍ୟାଳୟକୁ ସକାଳୁଆ ଚାଲୁ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ସକାଳ ୭ ଟାରୁ ଅପରାହ୍ନ ୧ ଟା ପର୍ୟ୍ୟନ୍ତ ସରକାରୀ କାର୍ୟ୍ୟାଳୟ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି ମାତ୍ର ଖୋଦ ସରକାରୀ କର୍ମଚାରୀ ମାନେ ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି । ବରୀ ବ୍ଲକ୍ କାର୍ୟ୍ୟାଳୟରେ ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଛାଡି ଦେଲେ, ସଂସ୍ଥା ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ପାନୀୟ ଜଳ ବିଭାଗ, ଯୋଗାଣ ବିଭାଗ, ଉନ୍ନୟନ ବିଭାଗ, ଗ୍ରାମପଞ୍ଚାୟତ ଅଧିକାରୀଙ୍କ କାର୍ୟ୍ୟାଳୟ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ କାର୍ୟ୍ୟଳୟ ଏପରି କି ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ କକ୍ଷରେ ସକାଳ ୮ ଟା ୧୦ ସୁଦ୍ଧା ତାଲା ଝୁଲୁଥିବା ଦେଖିବାକୁ ମିଳିଛି।

ସେହିପରି ବ୍ଲକ କାର୍ୟ୍ୟାଳୟ ପରିସରରେ ଥିବା ମହିଳା ଶିଶୁ ବିକାଶ ବିଭାଗ ରେ କେବଳ ଜଣେ କର୍ମଚାରୀଙ୍କୁ ଛାଡି ଦେଲେ ଅନ୍ୟ କୌଣସି କର୍ମଚାରୀ କିମ୍ବା ଅଧିକାରୀ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧରଣ ଲୋକମାନେ ବ୍ଲକକୁ କୌଣସି କାର୍ୟ୍ୟ ପାଇଁ ଆସି ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୀର୍ଘ ଦିନ ହେଲା ଵରୀ ବ୍ଲକରେ କର୍ମଚାରୀ ଓ କନିଷ୍ଠ ଯନ୍ତ୍ରୀ ମାନେ ନିଜ ମନ ମୁତାବକ କାର୍ୟ୍ୟାଳୟ ଆସୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ବ୍ଲକ ପ୍ରଶାସନ କି ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ଵ ନ ଦେବା ଦ୍ଵାରା ଏପରି ମନମୁଖୀ ଚାଲୁଥିବା ସାଧାରଣ ଲୋକେ ଦାବି କରୁଛନ୍ତି। ତେବେ ଏ ନେଇ ବରୀ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ କେଉଁ ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛିନ୍ତି ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ