Masthead

ବର୍ଷାରେ ଧୋଇଗଲା ଟି-୨୦ ତୃତୀୟ ମ୍ୟାଚ୍‌, ୨-୦ରେ ସିରିଜ୍‌ ଜିତିଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବର୍ଷାରେ ଧୋଇଗଲା ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ‌ଖେଳାଯିବାକୁ ଥିବା ତୃତୀୟ ଟି-୨୦ ମ୍ୟାଚ । ଦିନ ସାରା ବର୍ଷା ଲାଗିରହିବା କାରଣରୁ ପିଚ୍‌ରୁ କଭର ହଟାଯାଇପାରିନଥିଲା। ସ୍ଥାନୀୟ ସମୟ ୫.୪୫ ମିନିଟ୍‌ରେ ଅମ୍ପାୟାର ପଡ଼ିଆ ସ୍ଥିତି ଯାଞ୍ଚ କରିବା ପରେ ଶେଷରେ ଅପରାହ୍ନ ୫.୫୮ ମିନିଟ୍‌ରେ ମ୍ୟାଚ୍‌କୁ ବାତିଲ ଘୋଷଣା କରାଯାଇଥିଲା। ଏହି ଗସ୍ତରେ ଭାରତ ପ୍ରଥମ ଦୁଇ ମ୍ୟାଚ୍‌ ଜିତି ଆଗୁଆ ଶୃଙ୍ଖଳା ଜିତିସାରିଥିଲା। ପୂର୍ବରୁ ବର୍ଷା ପାଇଁ ପ୍ରଥମ ଟି-୨୦ ମଧ୍ୟ ପ୍ରଭାବିତ ହୋଇଥିଲା ।

ଏହି ମ୍ୟାଚରେ ଡିଏଲଏସ ନିୟମାନୁଯାୟୀ ଭାରତ ବିଜେତା ହୋଇଥିଲା । ବୁଧବାର ବର୍ଷା ଲାଗିରହିବାରୁ ନିର୍ଦ୍ଧାରିତ ସମୟରେ ଟସ ମଧ୍ୟ ପଡି ପାରିନଥିଲ । ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍‌କୁ ୨ ରନ୍‌ରେ ଜିତିଥିଲା ବେଳେ ଦ୍ବିତୀୟକୁ ଭାରତ ୩୩ ରନ୍‌ରେ ବିଜୟୀ ହୋଇଥିଲା। ଏହାଫଳରେ ପ୍ରଥମ ଥର ଦଳର ନେତୃତ୍ବ ନେଉଥିବା ଯଶପ୍ରୀତ୍‌ ବୁମ୍‌ରାଙ୍କ ପାଇଁ ଏହା ପ୍ରଥମ ଶୃଙ୍ଖଳା ବିଜୟ ହୋଇପାରିଛି। ଅନ୍ୟ ପଟେ ଶେଷ ଟି-୨୦ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବା ଲକ୍ଷରେ ଥିବା ଘରୋଇ ଦଳ ନିରାଶ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ