Before Header

ଲ୍ୟାଣ୍ଡିଂ ପଏଣ୍ଟ ନାମକରଣକୁ ନେଇ ବିବାଦ

0 70

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଫଳ ହୋଇଛି ଚନ୍ଦ୍ରଯାନ । ଏବେ ଚନ୍ଦ୍ରରେ ଚାଲୁଛି ଭାରତ । ଗର୍ବରେ ପ୍ରତ୍ୟେକ ଭାରତୀୟ କହୁଛନ୍ତି ଜୟ ହୀନ୍ଦ ଜୟ ଭାରତ । ଚନ୍ଦ୍ରୟାନ-୩ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଛନ୍ତି। ଚନ୍ଦ୍ରାୟାନ-୩ ଚନ୍ଦ୍ରର ସାଉଥ ପୋଲରେ ଲ୍ୟାଣ୍ଡିଂ କରି ଭାରତକୁ ଏହି କ୍ଷେତ୍ରରେ ବିଶ୍ୱରେ ପ୍ରଥମ ଦେଶ ଭାବେ ପରିଚିତ କରାଇଲା। ଏହାସହ ଚନ୍ଦ୍ରରେ ପହଞ୍ଚିଥିବା ଚତୁର୍ଥ ଦେଶର ମାନ୍ୟତା ପାଇଲା ଭାରତ।

ଏହି ଉପଲବ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଘୋଷଣା କଲେ ଯେ ଚନ୍ଦ୍ରାୟନ-୩ର ଲ୍ୟାଣ୍ଡିଂ ପଏଣ୍ଟକୁ ‘ଶିବଶକ୍ତି’ ନାମରେ ବିବେଚନା କରାଯିବ। ଏବେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଲାଣି। ମୌଲାନା ସୈଫ ଅବ୍ବାସ ନକଭି କହିଛନ୍ତି ଯେ ଆମ ଦେଶର ବୈଜ୍ଞାନିକ ତଥା ଇଣ୍ଡିଆନ ରିସର୍ଚ୍ଚ ଅର୍ଗାନାଇଜେସନର ସଫଳତା ହେଉଛି ଦେଶର ସଫଳତା। ଏହାକୁ ଏହିପରି କହିବା ଠିକ୍ ନୁହେଁ । ଏହାର ନାମ ହିନ୍ଦୁସ୍ତାନ ହେବା ଉଚିତ। ଯେଉଁଠାରେ ବିକ୍ରମ ଲ୍ୟାଣ୍ଡର୍‌ ଅବତରଣ କରିଥିଲା ସେହି ସ୍ଥାନର ନାମ ଭାରତ ହେବା ଉଚିତ

Leave A Reply

Your email address will not be published.