Masthead

ଆୟରଲାଣ୍ଡକୁ ୨ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଭାରତ-ଆୟରଲାଣ୍ଡ ପ୍ରଥମ ଟି-୨୦ରେ ଭାରତ ୨ ରନରେ ବିଜୟୀ ହୋଇଛି । ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ସଫଳ ପ୍ରତ୍ୟାବର୍ତ୍ତନ ବଳରେ ଆୟରଲାଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ରେ ଭାରତ ବିଜୟ ହାସଲ କରିଛି। ଶୁକ୍ରବାର ଡବ୍‌ଲିନ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତ ଡକ୍‌ୱଥ୍‌ ଲୁଇସ୍‌ ନିୟମ ଆଧାରରେ ୨ରନରେ ଆୟରଲାଣ୍ଡକୁ ପରାସ୍ତ କରିଛି। ଭାରତ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି।

ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ୨୦ ଓଭରରେ ୭ୱିକେଟ ହରାଇ ୧୩୯ ରନ କରିଥିଲେ । ଜବାବରେ ଭାରତ ୬.୫ ଓଭର ଖେଳି ୨ ୱିକେଟ ବିନିମୟରେ ୪୭ରନ କରିଥିବାବେଳେ ବର୍ଷା ହୋଇଥିଲା। ବର୍ଷା ଲାଗିରହିଥିବାରୁ ମ୍ୟାଚ ଆଉ ସମ୍ଭବପର ନଥିଲା। ଫଳରେ ଡକ୍‌ୱଥ୍‌ ଲୁଇସ୍ ନିୟମ ଆଧାରରେ ଭାରତକୁ ୨ରନରେ ବିଜେତା ଘୋଷଣା କରାଯାଇଥିଲା। ୧୪୦ରନର ବିଜୟ ଲକ୍ଷ୍ୟକୁ ଦୁଇ ଭାରତୀୟ ଓପନର ଯଶସ୍ବୀ ଜୟସୱାଲ ଓ ଋତୁରାଜ ଗାଏକ୍ବାର୍ଡ ଦୃଢତାର ସହିତ ପିଛା କରିଥିଲେ।

ଉଭୟେ ୬ ଓଭର ପାୱାର ପ୍ଲେ ରୁ ୪୫ରନ ସଂଗ୍ରହ କରିଥିଲେ। ଦଳ ୧ରନ ବ୍ୟବଧାନରେ ଦୁଇଟି ୱିକେଟ ହରାଇଥିଲା। ୪୬ରନ ସ୍କୋର ଥିବାବେଳେ ଯଶସ୍ବୀ ୨୪ ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିବା ତିଲକ ବର୍ମା ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ୩ୟ ୱିକେଟରେ ଋତୁରାଜ୍‌ ଓ ସଞ୍ଜୁ ସାମସନ ଅବିଭାଜିତ ୧ରନ ଯୋଡିଥିଲେ। ଖେଳ ବନ୍ଦ ବେଳକୁ ଋତୁରାଜ ୧୯ ଓ ସାମସନ ୧ରନ କରି ଅପରାଜିତ ରହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା