Masthead

ଦେଶୀ ପକ୍ଷୀଙ୍କ ସଂଖ୍ୟା ଭିତରକନିକାରେ ବେଶୀ

ରାଜକନିକା (ବଡ଼ ଖବର ବ୍ୟୁରୋ): ଭିତରକନିକାରେ ବୃଦ୍ଧିପାଇଲା ଦେଶୀୟ ପକ୍ଷୀ ସଂଖ୍ୟା । ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ଦେଶୀୟ ପକ୍ଷୀଗଣନା ଶେଷ ହୋଇଛି । ଏହି ଦେଶୀୟ ପକ୍ଷୀଗଣନା ୭ଦିନ ଧରି ଚାଲିଥିଲା । ପକ୍ଷୀ ଗଣନା ପାଇଁ ଦୁଇଟି ଟିମ ଗଠନ ହୋଇଥିଲା । ଚଳିତବର୍ଷ ଭିତରକନିକାରେ ୧ ଲକ୍ଷ ୮ ହଜାର ୬୩୯ଟି ପକ୍ଷୀ ଓ ୨୨ହଜାର ୮୨୮ଟି ବସା ଗଣନା କରାଯାଇଛି ।

ଗତବର୍ଷ ୯୭ ହଜାର ୮୬୬ଟି ପକ୍ଷୀ ଓ ୨୧ହଜାର ୧୮୫ଟି ବସା ଗଣନା କରାଯାଇଥିଲା । ଗତବର୍ଷ ତୁଳନାରେ ଚଳିତବର୍ଷ ୧୦ ହଜାର ୭୭୩ଟି ଦେଶୀୟ ପକ୍ଷୀ ଓ ୧ ହଜାର ୬୪୩ଟି ବସା ଅଧିକ ହୋଇଥିବା ସୂଚନା ମିଳିଛି । ବର୍ଷା ଋତୁର ଆରମ୍ଭରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ଭିତରକନିକାକୁ ଦେଶୀୟ ପକ୍ଷୀମାନେ ଆସିଥାନ୍ତି ।

ଗେଣ୍ଡାଳିଆ, ରାଣୀବଗ, ମଝିଆବଗ, ଛୋଟ ବଗ, ଖଇରା ବଗ, ମାଟିଆ ବଗ, ଅନ୍ଧାରିଆ ବଗ, ପାଣି କୁଆ, ଦା ବେଣ୍ଟିଆ, କାପରଖାଇ ଭଳି ୧୦ ପ୍ରଜାତିର ପକ୍ଷୀ ଭିତରକନିକାର ମଠ ଆଡିଆ, ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗା ପ୍ରସାଦଡିଆର ଗଛମାନଙ୍କରେ ବସା ବାନ୍ଧିଛନ୍ତି । ଦେଶୀୟ ପକ୍ଷୀମାନଙ୍କୁ ସୁରକ୍ଷା ଦେବାପାଇଁ ବନବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା