ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ କ୍ରମାଗତ ୬ ମାସ ଧରି ଖୁଚୁରା ମୁଦ୍ରାସ୍ଫୀତି ୭ ପ୍ରତିଶତରୁ ଅଧି କ ରହିଆସିଛି । ସାରା ଦେଶର ମୁଦ୍ରାସ୍ଫୀତ ଠାରୁ ଏହା ଅଧିକ । ଅନ୍ୟପକ୍ଷରେ ଗତ ୫ ମାସ ହେଲା ଦିଲ୍ଲୀରେ ମୁଦ୍ରାସ୍ତ୍ରୀତି ୨%ରୁ ସାମାନ୍ୟ ଅଧିକ ରହିଥିାବା ଜଣାପଡ଼ିଛି ।  ଏପ୍ରିଲରେ ଦେଶର ହାରାହାରି ମୁଦ୍ରାସ୍ଫୀତି ୪.୮ ପ୍ରତିଶତ ରହିଛି, ଯାହାକି ଗତ ୧୧ ମାସ ମଧ୍ୟରେ ସର୍ବନିମ୍ନ । ତେବେ ଓଡ଼ିଶାରେ ଏପ୍ରିଲ ମୁଦ୍ରାସ୍ଫୀତି ସର୍ବାଧିରକ ୭.୧ ପ୍ରତିଶତ ରହିଛି । ଗତବର୍ଷ ନଭେମ୍ବର ଓଡ଼ିଶାର ମୁଦ୍ରାସ୍ଫୀତି ୭.୭ ପ୍ରତିଶତ ଥିବାବେଳେ ଡିସେମ୍ବରରେ ଏହା ୮.୭ରେ ପହଞ୍ଚିଥିଲା ।

ଦିଲ୍ଲୀରେ ଏପ୍ରିଲ ମାସର ମୁଦ୍ରାସ୍ଫୀତି ହାର ସର୍ବନିମ୍ନ ୨.୨ ପ୍ରତିଶତ ଥିବାବେ ବେଳେ ପଶ୍ଚିମବଙ୍ଗରେ ୩.୫%, ଉତ୍ତରାଖଣ୍ଡରେ ୩.୬%, ମହରାଷ୍ଟ୍ରରେ ୩.୭% ଝାଡ଼ଖଣ୍ଡରେ ୪.୦ % ରହିଥିଲା। ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମାସିକ ଖୁଚୁରା ମୁଦ୍ରାସ୍ଫୀତିକୁ ଦେଖିଲେ ଏପ୍ରିଲରେ ୧୩ଟି ରାଜ୍ୟର ମୁଦ୍ରାସ୍ତୀତି ହାର ଦେଶର ହାରାହାରି ହାର ୪.୮% ତୁଳନାରେ ଅଧୁକ ରହିଛି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଉଚ୍ଚ ମଚଦ୍ରାସ୍ଫୀତି ହାର ପାଇଁ ବିଶେଷଜ୍ଞମାନେ ଯୋଗାଣରେ ପ୍ରତିବନ୍ଧକ ଏବଂ କେତେକ ନିର୍ଦ୍ଦଷ୍ଟ ସାମଗ୍ରୀ ଦରରେ ତାରତମ୍ୟ ଦାୟୀ କରିଛନ୍ତି ।

ବର୍ତ୍ତମାନ ପନିପରିବା ଅଧିକ ଥିବାରୁ ଏହା ମୁଦ୍ରାସ୍ଫୀତି ବୃଦ୍ଧିର କାରଣ ହୋଇଛି । ଆଳୁ, ପିଆଜ, ଟମାଟୋ ଦର ଅଧିକ ରହିଛି । ଏପ୍ରିଲରେ ଆଳୁ ଦର ୫୩.୬% ବଢିଥିବାବେଳେ ଟମାଟୋ ୪୧.୮% ଏବଂ ପିଆଜ ଦର ୩୬.୬ ପ୍ରତିଶତ ବଢିଛି । ଖାଦ୍ୟ ସାମଗ୍ରୀ ମୂଲ୍ୟରେ ଅନିଶ୍ଚିତତା ଯୋଗୁଁ ମୁଦ୍ରାସ୍ଫୀତି ଅଧିକ ରହୁଥିବା ଭାରତର ରିଜର୍ଭ ବ୍ୟାଙ୍କ ଗତମାସରେ ସତର୍କ କରାଇଥିଲା । ତେବେ ରବି ଋତୁରେ ରେକର୍ଡ଼ ପରିମାଣର ଗହମ ଉତ୍ପାଦନ ହୋଇଥିବାରୁ ଏହା ମୂଲ୍ୟ ଚାପକୁ କମାଇବାରେ ସହାୟକ ହେବ ବୋଲି କୁହାଯାଉଥିଲା । ଚାହିଦା ଅନୁଯାୟୀ କେତକ ଡାଲି ଯୋଗାଣ ହେଉ ନଥିବାବେଳେ ମୁଖ୍ୟ ପନିପରିବା ଉତ୍ପାଦନ ଉପରେ ନଜର ରଖାଯାଇଥିବା ଆରବିଆଇ କହିଥିଲା । ସ୍ୱାଭାବିକ ଠାରୁ ଅଧିକ ଉତ୍ତାପ ଏବଂ ଗ୍ରୀଷ୍ମଲହର ସ୍ଥିତି ମଧ୍ୟ ମୁଦ୍ରାସ୍ଫୀତି ବଢିବାରେ ଅନ୍ୟତମ କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ସେପଟେ ଭିତ୍ତିଭୂମି ଅଭାବରୁ ଦର ବଢୁଥିବା ଜଣାପଡ଼ିଛି । ଖୁଚୁରା ମୁଦ୍ରାସ୍ଫୀତିରେ ଓଡ଼ିଶା ଆଗରେ। ଦେଶରେ ହାରାହାରି ମୁଦ୍ରାସ୍ଫୀତି ୪.୮% ରହିଥିବବାବେଳେ ଓଡ଼ିଶାରେ ଏହା ୭.୧% ପ୍ରତିଶତ ରହିଛି। ଗତ ୬ମାସ ଧରି ଓଡ଼ିଶାରେ ମୁଦ୍ରାସ୍ଫୀତି ଲଗାତର ଅଧିଥକ ରହୁଛି। ରାଜ୍ୟରେ ଆବଶ୍ୟକ ପରିମାଣରେ ଉତ୍ପାଦନ ନ ହେବା, ଉତ୍ପାଦିତ ଖାଦ୍ୟଶସ୍ୟ ଠିକ୍ ଭାବେ ଗଚ୍ଛିତ ନ ହେବା ଏବଂ ଅଧିକାଂଶ ଖାଦ୍ୟସାମଗ୍ରୀ ବାହାର ରାଜ୍ୟରୁ ଆମଦାନୀ ହେବା ଆଦି କାରଣରୁ ଓଡ଼ିଶାରେ ମୁଦ୍ରାଗୀତି ଅଧିକ ରହୁଛି ବୋଲି ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି । ଅପରପକ୍ଷରେ ବିଶେଷଜ୍ଞଙ୍କ କହିବାନୁସାରେ ରାଜ୍ୟରେ ଉତ୍ପାଦିତ ପନିପରିବା ଏବଂ ଖାଦ୍ୟଶସ୍ୟ ଗଛିତ ହୋଇ ନ ରହିବାର ମୁଖ୍ୟ କାରଣ ହେଉଛି ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାରର ଅଭାବ। ରାଜ୍ୟ ସରକାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ସରକାରୀ ତଥ୍ୟ ଅନୁସାରେ ଏବେ ୩୬ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଥି ବାବେଳେ ୯୭ଟି ଅଚଳ ଅବସ୍ଥାରେ ରହିଛି ।

ସମ୍ବଲପୁରରେ ସର୍ବଧିକ ୬ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଥିବାବେଳେ ଖୋର୍ଦ୍ଧାରେ ୫, କଟକରେ୩, ବାଲେଶ୍ୱର, ବଲାଙ୍ଗୀର, ମୟୂରଭଞ୍ଜ ପୁରୀରେ ୨ଟି ଲେଖାଏ କାର୍ଯ୍ୟ କରୁଛି। ସେହିପରି ଅନୁଗୋଳ, ବରଗଡ଼, ଭଦ୍ରକ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ମାଲକାନଗିରି, ରାୟଗଡ଼ା ଏବଂ ସୁନ୍ଦରଗଡ଼ରେ ମାତ୍ର ଗୋଟିଏ ଲେଖାଏ ଶୀତଳଭଣ୍ଡାର କାର୍ଯ୍ୟ କରୁଛି। ଏହା ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ହୋଇଥିବାରୁ ସରକାରଙ୍କ ଖାଦ୍ୟଶସ୍ୟ ଗଚ୍ଛିତ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ । ଅପରପକ୍ଷରେ ଖୋର୍ଦ୍ଧାରେ ସର୍ବାଧିକ ୧୮ଟି ଶୀତଳ ଭଣ୍ଡାର ଅକାମୀ ହୋଇପଡ଼ି ରହିଛି।

ଖୋର୍ଦ୍ଧା ପରେ କଟକରେ ୧୩, ପୁରୀରେ ୧୧, ମୟୂରଭଞ୍ଜରେ ୮, ବାଲେଶ୍ବର, ସୁନ୍ଦରଗଡ଼, ଜଗତ୍‌ସିଂହପୁରରେ ୯, ବରଗଡ଼, କୋରାପୁଟରେ ୪, ବଲାଙ୍ଗୀରରେ ୩, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦୁଝରରେ ୨ ଏବଂ ଅନୁଗୋଳ, ଭଦ୍ରକ, ବୌଦ୍ଧ, ଗଜପତି, ରାୟଗଡ଼ା, ସମ୍ବଲପୁରରେ ଗୋଟିଏ ଲେଖାଏ ଶୀତଳଭଣ୍ଡାର ଅକାମୀ ହୋଇ ରହିଛି । ରାଜ୍ୟରେ ଫଳ ଏବଂ ପନିପରିବାକୁ ସ୍ଵଳ୍ପ ସମୟ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଜରିଆରେ ଉଦ୍ୟୋଗପତିମାନଙ୍କୁ ସବ୍‌ସିଡି ପ୍ରଦାନ କରାଯାଉଛି। ସିଡ୍ୟୁଲ ଏରିଆରେ ୫୫% ବା ସର୍ବାଧିକ ୨.୨କୋଟି ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଦିଆଯାଉଥିବାବେଳେ ଅଣ ସିଡ୍ୟୁଲ୍ ଏରିଆରେ ୦% ପର୍ଯ୍ୟନ୍ତ ସବ୍‌ସିଡି ଦିଆଯାଇଛି। ଏପରି କି ସବ୍‌ସିଡି ଦିଆଯାଇ ପ୍ରତି ପଞ୍ଚାୟତରେ ସୌର ଶୀତଳ ପ୍ରକୋଷ୍ଠ ପ୍ରତିଷ୍ଠା କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ବୋଲି କୃଷି ମନ୍ତ୍ରୀ ଗତ ବର୍ଷ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଥିଲେ ।

ତେବେ ଆବଶ୍ୟକ ଭିତିଭୂମି ଅଭାବ ଏବଂ ବ୍ୟବସ୍ଥା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ଦିନକୁ ଦିନ ଫଳ, ପନିପରିବା ଗଚ୍ଛିତ ସମସ୍ୟା ବଢ଼ିବାରେ ଲାଗିଛି। ଅଣ ଫସଲ ସମୟରେ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ବିଶେଷକରି ଜନସଂଖ୍ୟା ଅନୁସାରେ ଆମର ଉତ୍ପାଦନ କମ୍ ରହୁଛି। ଧାନ ଏବଂ ଗହମକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଖାଦ୍ୟଶସ୍ୟ ଉପରେ ଆମେ ଅନ୍ୟରାଜ୍ୟ ଉପରେ ନିର୍ଭର କରୁଛୁ । ତେଣୁ ମୁଦ୍ରାସ୍ପିତି ଅଧିକ ରହୁଛି ବୋଲି ଓୟୁଏଟିର ପୂର୍ବତନ ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା କହିଛନ୍ତି।

Leave a Reply

Your email address will not be published. Required fields are marked *