Masthead

ବଢୁଛି ପ୍ରଦୂଷଣ, ବିଷାକ୍ତ ହେଉଛି ବାୟୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ଜୀବଜଗତ ବଞ୍ଚିବା ପାଇଁ ବାୟୁ ଏକ ଅପରିହାର୍ଯ୍ୟ ଉପାଦାନ । ଏଥିରେ ଥିବା ଅମ୍ଲଜାନ ଆମ ରକ୍ତରେ ଥିବା ହିମୋଗ୍ଲୋବିନ କଣିକା ସହିତ ମିଶି ଅକ୍ସିହିମୋଗ୍ଲୋବିନ ପ୍ରତ୍ସୁତ କରେ । ତାହା ରକ୍ତସ୍ରୋତ ସହିତ ଶରୀରରେ ବିଭିନ୍ନ ଅଂଶକୁ ଅମ୍ଲଜାନ ଯୋଗାଇଥାଏ । ଏହା ଖାଦ୍ୟକୁ ଜାରଣ କରି ଶକ୍ତି ଉତ୍ପନ୍ନ କରେ । ନ ଖାଇ ଆମେ କିଛି ଦିନ ବଞ୍ଚିଯିବା ହେଲେ ବାୟୁ ବିନା ବଞ୍ଚିବା ଅସମ୍ଭବ ।

ସେପଟେ ଦେଖିବାକୁ ଗଲେ ଧିରେ ଧିରେ ବାୟୁ ବିଷାକ୍ତ ହେବାରେ ଲାଗିଛି । ଆଗ ଅପେକ୍ଷା ଏବେ ବାୟୁ ପ୍ରଦୂଷଣ ଅଧିକ ବଢୁଛି । ପୁଣିଥରେ ଦେଶର ରାଜଧାନୀ ଦିଲ୍ଲୀ ବ୍ୟତୀତ ହରିୟାଣା ଏବଂ ଉତ୍ତରପ୍ରଦେଶର ଅନେକ ସହରରେ ବାୟୁ ପ୍ରଦୂଷଣ ଏବେ ବଢିବାରେ ଲାଗିଛି । ଦେଶର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଦେଖିବାକୁ ଗଲେ ଉତ୍ତପ୍ରଦେଶ ହେଉଛି ପ୍ରଥମ ।

ସେହିପରି ଦେଶର ଚାରିଟି ପ୍ରଦୂଷିତ ସହର ମଧ୍ୟରେ ଉତ୍ତରପ୍ରଦେଶର ତିନୋଟି ସହର ଅନ୍ତର୍ଭୂକ୍ତ ରହିଛି । ଦେଶର ୧୦ଟି ପ୍ରଦୂଷିତ ସହର ମଧ୍ୟରୁ ପାଞ୍ଚୋଟି ହରିୟାଣାର ଏବଂ ଉତ୍ତରପ୍ରଦେଶର ତିନୋଟି ସହର ଅନ୍ତର୍ଭୁକ୍ତ ରହଛି । ଏଥି ସହିତ ଦିଲ୍ଲୀର ବାୟୁ ମଧ୍ୟ ଅତ୍ୟନ୍ତ ଖରାପ ହୋଇଯାଇଛି । ତେବେ ସର୍ବାଧିକ ପ୍ରଦୂଷିତ ୧୦ଟି ସହର ମଧ୍ୟରୁ ଅନ୍ୟ ୯ଟି ସହରର ଅବସ୍ଥା ମଧ୍ୟ କିଛି ଭଲ ନାହିଁ ।

ସମସ୍ତ ସହରର ବାୟୁ ପ୍ରଦୂଷଣର ସ୍ତର ୩୦୦ରୁ ୪୦୦ ମଧ୍ୟରେ ଅଛି । ସେପଟେ ବାୟୁ ଗୁଣାବତ୍ତା ଅନୁଯାୟୀ ଗାଜିଆବାଦ ହେଉଛି ଦେଶର ଦ୍ୱିତୀୟ ପ୍ରଦୂଷିତ ସହର । ଏଠାରେ AQI (୩୯୩) ରେ ରହିଛି । ତୃତୀୟ ସ୍ଥାନରେ ପାନିପାତ (୩୯୩) ।  ଚତୁର୍ଥ ସ୍ଥାନରେ ନୋଏଡା (୩୬୪) । ପଞ୍ଚମ ସ୍ଥାନରେ ଗୁରୁଗ୍ରାମ (୩୫୧) । ଷଷ୍ଠ ସ୍ଥାନରେ ଦିଲ୍ଲୀ (୩୫୧) ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ