Before Header

ରତ୍ନଭଣ୍ଡାର ପ୍ରସଙ୍ଗ, ହାଇକୋର୍ଟରେ ସତ୍ୟପାଠ ଦାଖଲ

0 33

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଶେଷଥର ପାଇଁ ୧୯୭୮ରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାରଗୁଡ଼ିକ ହିସାବ କରାଯାଇଥିଲା । ପ୍ରାୟ ଦେଢ଼ କ୍ବିଣ୍ଟାଲ ସୁନା ଓ ୧୮୪ କିଲୋ ରୁପା ରହିଥିବା ଉଲ୍ଲେଖ କରାଯାଇଛି ।

ଭିତର ରତ୍ନଭଣ୍ଡାରର ଅଳଙ୍କାର କେବେ ବି ବ୍ୟବହାର ହୁଏ ନାହିଁ । ଭିତର ରତ୍ନଭଣ୍ଡାରରେ ୫୦ କେଜି ୬୦୦ ଗ୍ରାମ ସୁନା ଅଳଙ୍କାର ରହିଛି । ଭିତର ରତ୍ନଭଣ୍ଡାରରେ ୧୩୪ କେଜି ୫୦ ଗ୍ରାମ ରୁପା ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ ଗ୍ରାମ ସୁନା ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାରରେ ୧୯ କେଜି ୪୮୦ ଗ୍ରାମ ରୁପା ଅଳଙ୍କାର ରହିଛି ।

Leave A Reply

Your email address will not be published.