Masthead

ସିନରିକ୍ରିଏସନ ପରେ ଆସୁଛି ରୋଚକ ତଥ୍ୟ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ମମିତାଙ୍କୁ ନ୍ୟାୟ ଦାବିରେ ସବୁଠି ବିକ୍ଷୋଭ, ପ୍ରତିବାଦ । ସମସ୍ତଙ୍କ ଦାବି ମମିତାଙ୍କୁ ମିଳୁ ନ୍ୟାୟ । ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଦୋହଲି ଯାଇଛି ସାରା ରାଜ୍ୟ । ପୋଲିସ ଉପରେ ଉଠିଛି ବଡ଼ ପ୍ରଶ୍ନ । ମୟୂରଭଞ୍ଜରୁ ମହାଲିଙ୍ଗ, କଟକରୁ କଳାହାଣ୍ଡି । ସବୁଠି ଜଳୁଛି ଅସେନ୍ତୋଷର ନିଆଁ । ସାଧାରଣ ଜନତା କିରୁଛନ୍ତି ସରକାରଙ୍କୁ ପ୍ରଶ୍ନ । ସମସ୍ତଙ୍କ ଗୋଟିଏ ଦାବି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା । ମାଷ୍ଟର ପ୍ଲାନରେ କରାଗଲା ହତ୍ୟା ।

ପରେ ପୋଡ଼ି ଦିଆଗଲା । ତା ପରେ ପୋତି ଦିଆଗଲା । ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ମର୍ଡର ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗୁଛି ପୋଲିସ ହାତରେ। ସିନରିକ୍ରିଏସନ ପରେ ସାମ୍ନାକୁ ଆସୁଛି ରୋଚକ ତଥ୍ୟ । ଶୁକ୍ରବାର କରାଯାଇଥିଲା ଘଟଣାର ରିକ୍ରିଏସନ । ଫେରିବା ପରେ ଗୋବିନ୍ଦଙ୍କୁ କରାଯାଇଥିଲା ପଚରାଉଚରା । ପୋଲିସକୁ ମିଳିଥିଲା କିଛି ପ୍ରମାଣ । ଯାହା ସବୁ ତଥ୍ୟ ମିଳିଛି ତାର କାଗଜପତ୍ର କାମ ଆରମ୍ଭ କରିଛି ପୋଲିସ ।

ସେପଟେ ମୁଖ୍ୟ ସହଯୋଗୀ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେକୁ କୋର୍ଟ ଚାଲାଣ କରାଯାଇଥିବାବେଳେ ତା ଘରୁ ମିଳିଛି ବ୍ୟାଗ ।ଏହି ବ୍ୟାଗରେ ଗୋଟିଏ ମୋବାଇଲ ଫୋନ ସହ, ଚାର୍ଜର, ୩ ହଳ ମହିଳା ଡ୍ରେସ ଓ କିଛି ଔଷଧ ଥିବା ଜଣାପଡିଛି । ଯାହା ମମିତାଙ୍କର ବୋଲି ସନ୍ଦେହ କରାଯାଉଛି । ଘର ଝାଡ଼ିବାବେଳେ ଖଟ ତଳୁ ବ୍ୟାଗଟି ମିଳିଥିବା ରାଧେର ସ୍ତ୍ରୀ କହିଛି । ପୋଲିସ ଏହି ଘଟଣାର ସଠିକ ତଦନ୍ତ କରି ମମିତାଙ୍କୁ ନ୍ୟାୟ ଦେବ କି ନାହିଁ ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି