Masthead

୫୦ ଲକ୍ଷ ବ୍ୟୟରେ ନିର୍ମିତ ପୋଖରୀର ଖନନ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତଦନ୍ତ

ପାଟକୁରା (ବଡ଼ ଖବର ବ୍ୟୁରୋ): ପୋଖରୀ ଖୋଳି ପାହାଚ ଖୋଜା ଚାଲିଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଳକ୍ ପରିସରରେ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଦୁର୍ନୀତିର ତଦନ୍ତ ଆରମ୍ଭ କରିଥିବା କଟକ ଭିଜିଲାନ୍ସ ଟିମ୍ ଆଜି ତଦନ୍ତର ତୃତୀୟ ଦିନରେ ହାରାହାରି ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ୟୟରେ ନିର୍ମିତ ବ୍ଳକ୍ ପରିସର ମଧ୍ୟରେ ଥିବା ପୋଖରୀର ଖନନ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତଦନ୍ତ କରିଥିଲେ ।

ତଦନ୍ତ ସମୟରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଥିବା ବେଳେ ଭିଜିଲାନ୍ସ ଟିମ୍ ପୋଖରୀ ଖୋଳି ପାହାଚ ଖୋଜୁଥିବାର ଦୃଶ୍ୟ ବେଶ୍ କୌତୁହଳ ସୃଷ୍ଟି କରିଥିଲା। ତଦନ୍ତର ଆଜି ତୃତୀୟ ଦିନରେ ଭିଜିଲାନ୍ସ ଟିମର ବିଭିନ୍ନ ପ୍ରଶ୍ନରେ ଯନ୍ତ୍ରୀଙ୍କ ତଣ୍ଟି ଶୁଖିଯାଇଥିବା ବେଳେ ଆଗକୁ ଆହୁରି ୨ ଦିନ ତଦନ୍ତ ବାକି ରହିଥିବାରୁ କେଉଁ କେଉଁ ନୂଆ ତଥ୍ୟ ସାମ୍ନାକୁ ଆସୁଛି ଦେଖିବାର ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ