ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅରଗାନାଇଜେସନ ବା ISROକୁ ନେଇ ବଡ଼ ବୟାନ ଦେଲେ ISRO ମୁଖ୍ୟ । ଖବୁଶୀଘ୍ର ବିଦେଶୀ କମ୍ପାନୀ ଗୁଡ଼ିକ ଭାରତରେ ପୁଞ୍ଜି ବିନିଯୋଗ କରିବା ପାଇଁ ଯାଉଛନ୍ତି । ଏପରି ହେବା ଦ୍ୱାରା ମହାକାଶ କ୍ଷେତ୍ରରେ ବିଦେଶୀ ଏବଂ ଭାରତୀୟ କମ୍ପାନୀଙ୍କ ମଧ୍ୟରେ ସହଯୋଗର ଅପାର ସମ୍ଭାବନା ଖୋଲିବ ବୋଲି ଅନୁମାନ କରାଯାଉଛି ।
କେବଳ ଏତିକି ନୁହେଁ ବରଂ ଅନେକ କମ୍ପାନୀ ଭାରତୀୟ ମହାକାଶ କ୍ଷେତ୍ର ପ୍ରତି ଆଗ୍ରହ ଦେଖାଉଛନ୍ତି ବୋଲି କୌଳାଶଭାଦୀଭ ଶିଭାନ କହିଛନ୍ତି । ଆଗାମୀ ଦିନରେ ISRO ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ସୂଚନା ମିଳିଛିା ଯାହାଦ୍ୱାରା ପରିବର୍ତ୍ତନଶୀଳ ସମୟକୁ ଦୃଷ୍ଟିରେ ରଖି ଅଧିକ ଦାୟିତ୍ୱ ସହିତ ଅଳ୍ପ ସମୟ ମଧ୍ୟରେ ବୈଷୟିକ ପଛୁଆତାକୁ ଦୂର କରାଯାଇ ପାରିବ ।