Masthead

ଗୁଜୁରାଟଠୁ ହାରି ପ୍ଲେ ଅଫରୁ ବାଦ ପଡିଲା ଆରସିବି

ବାଙ୍ଗାଲୋର(ବଡ଼ ଖବର ବ୍ୟୁରୋ): ଆଇପିଏଲ ସଂସ୍କରଣର ଅନ୍ତିମ ଲିଗ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଥିଲେ । ଗୁଜରାଟ ଠାରୁ ୬ ୱିକେଟରେ ହାରି ପ୍ଲେ ଅଫରୁ ବାଦ ପଡିଲା ଆରସିବି । ବିରାଟ କୋହଲିଙ୍କ ଶତକ ସତ୍ତ୍ୱେ ପରାସ୍ତ ହୋଇ ପ୍ଲେ ଅଫରୁ ବାଦ ପଡିଛି ବାଙ୍ଗାଲୋର । ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ବିଜୟ ହାସଲ କରି ଶୀର୍ଷ ସ୍ଥାନ ବଜାୟ ରଖିଛି ଗୁଜୁରାଟ ଟାଇଟନ୍ସ । ପ୍ରଥମ ବ୍ୟାଟିଂ କରି ଆରସିବି ୫ ୱିକେଟ ହରାଇ ୧୯୭ ରନ କରିଥିଲା । ବିରାଟ କୋହଲି ଅପରାଜିତ ୧୦୧ ରନ କରିଥିଲେ । ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଗୁଜୁରାଟ ୬ ୱିକେଟରେ ବିଜୟ ହାସଲ କରି ନେଇଥିଲା ।

ଶୁଭମନ ଗିଲ ୫୨ ବଲରେ ଅପରାଜିତ ୧୦୪ ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭଲ ଆରମ୍ଭ କରିଥିଲା ବାଙ୍ଗାଲୋର । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୬୭ ରନ ଯୋଡ଼ିଥିଲେ ଅଧିନାୟକ ଫାଫ ଡୁପ୍ଲେସିସ ଓ ବିରାଟ କୋହଲି । ତେବେ ୧୯ ବଲରୁ ୫ ଚୌକା ବଳରେ ୨୮ ରନ କରି ପ୍ରଥମେ ପାଭିଲିୟନ ଫେରିଥିଲେ ଡୁପ୍ଲେସିସ । ଏହାପରେ ମାତ୍ର ୧୧ ରନ କରି ମାକ୍ସେୱ ମଧ୍ୟ ଆଉଟ ହୋଇଯାଇଥିଲେ । ତେବେ ମିଚେଲ ବ୍ରେସୱେଲ ବିରାଟ କୋହଲିଙ୍କର ଭରପୁର ସାଥ ଦେଇଥିଲେ । ସେ ୧୬ ବଲରୁ ୫ ଚୌକା ବଳରେ ୨୬ ରନ କରି ଆଉଟ ହୋଇଥିଲେ । ହେଲେ ଅନ୍ୟପଟେ ବିରାଟ କୋହଲି ନିଜର ସୁପ୍ରିମ ଫର୍ମରେ ବ୍ୟାଟିଂ ଜାରି ରଖିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି