Masthead

ଆଇପିଏଲ ସିଜନ-୧୩: ମୁମ୍ବାଇ-ବାଙ୍ଗାଲୋର ଟକ୍କର, ପ୍ଲେ ଅଫକୁ ଯିବ ବିଜୟୀ ଦଳ

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲ ତ୍ରୟୋଦଶ ସିଜନର ୪୮ତମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ରୋହିତ ଶର୍ମାଙ୍କ ଦଳକୁ ଟକ୍କର ଦେବେ ବିରାଟ କୋହଲି । ଆଜି ଉଭୟ ଦଳ ସେମାନଙ୍କ ଦ୍ୱାଦଶ ମ୍ୟାଚ ଆବୁଧାବିରେ ଖେଳିବେ । ମୁମ୍ବାଇ ୧୧ଟି ମ୍ୟାଚ ଖେଳି ୭ଟି ବିଜୟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ବାଙ୍ଗାଲୋର ୧୧ ମ୍ୟାଚରୁ ୭ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚକୁ ଜିତି ପ୍ରଥମେ ପ୍ଲେ ଅଫକୁ ଯିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ । ଅପରପକ୍ଷରେ ରୋହିତ ଶର୍ମା ଆହତ କାରଣରୁ ଗତ ଦୁଇ ମ୍ୟାଚରେ ଖେଳିପାରି ନାହାନ୍ତି । ଆଜିର ମ୍ୟାଚରେ ମଧ୍ୟ ସେ ଖେଳିପାରିବେ ନାହିଁ ବୋଲି ଅନୁମାନ କରାଯାଉଛି । ଯଦି ରୋହିତ ନ ଖେଳନ୍ତି ତାଙ୍କ ଅନୁପସ୍ଥିତିକୁ ସୁଯୋଗଭାବେ ନେଇ ଆଜି ବିରାଟ ବାହିନୀ ମ୍ୟାଚକୁ ନିଜ ନାମରେ କରିବାକୁ ଚେଷ୍ଟା କରିବ ।
ଆଇପିଏଲ ଇତିହାସରେ ଉଭୟ ୨୬ଥର ସାମ୍ନାସାମ୍ନି ହୋଇଛନ୍ତି । ମୁମ୍ବାଇ ୧୬ଥର ଏବଂ ବାଙ୍ଗାଲୋର ୧୦ଥର ବାଜି ମାରିଛି । ଚଳିତ ସିଜନରେ ଖେଳାଯାଇଥିବା ମୁକାବିଲାରେ ଆରସିବି ସୁପର ଓଭରରେ ମୁମ୍ବାଇକୁ ପରାସ୍ତ କରିଥିଲା । ଆଜିର ମ୍ୟାଚକୁ ଜିତି ଗତ ମ୍ୟାଚ ପରାଜୟର ପ୍ରତିଶୋଧ ନେବା ସହ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ମୁମ୍ବାଇ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା