Masthead

ଆଜି ଆଇପିଏଲରେ କୋହଲି-କାର୍ତ୍ତିକ ମୁହାଁମୁହିଁ

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଜି ଆଇପିଏଲରେ ୨୮ତମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦିନେଶ କାର୍ତ୍ତକଙ୍କୁ ଟକ୍କର ଦେବେ ବିରାଟ କୋହଲି । ଉଭୟ ଦଳ ଆଜି ସେମାନଙ୍କ ସପ୍ତମ ମ୍ୟାଚ ଶାରଜା କ୍ରିକେଟ ଷ୍ଟାଡିୟମରେ ଖେଳିବେ । ଦୁଇ ଦଳ ଚଳିତ ଆଇପିଏଲରେ ଛଅଟି ଲେଖାଏଁ ମ୍ୟାଚ ଖେଳି ଚାରଟି ବିଜୟ ହାସଲ କରିଛନ୍ତି । କୋଲକାତା ପଏଣ୍ଟେ ଟେବୁଲରେ ଚତୁର୍ଥ ସ୍ଥାନରେ ଥିବା ବେଳେ ବାଙ୍ଗାଲୋର ପଏଣ୍ଟେ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି । ଆଜି ଉଭୟ ଦଳ ଏହି ମ୍ୟାଚକୁ ଜିତି ପଏଣ୍ଟେଟେବୁଲରେ ଉପରକୁ ଯିବା ପାଇଁ ଚେଷ୍ଟା କରିବେ । ଆଇପିଏଲ ଇତିହାସରେ ଉଭୟ ଦଳ ୨୪ଥର ସାମ୍ନାସାମ୍ନି ହୋଇଥିବା ବେଳେ ୧୪ଥର କୋଲକାତା ମ୍ୟାଚ ଜିତି ଥିବା ବେଳେ ବାଙ୍ଗାଲୋର ୧୦ ଥର ଜିତିଛି । ଗତ ମ୍ୟାଚରେ କୋଲକତା ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା । ତେଣୁ ଆଜି ଦଳରେ କୌଣସି ପରବର୍ତ୍ତନ ହୋଇନପାରେ । ସେହିପରି ଭାବରେ ଗତ ମ୍ୟାଚରେ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରର୍ଦଶନ କରିପାରିନଥିଲେ । କିନ୍ତୁ ଦଳ ବିଜୟ ହୋଇଥିବାରୁ ଆଜିର ମ୍ୟାଚରେ ମଧ୍ୟ କୌଣସି ପରିବର୍ତ୍ତ ନ ହେବ ନାହିଁ ବୋଲି ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ