Masthead

ଲକ୍ଷ୍ନୌରେ ରୋମାଞ୍ଚକର ମୁକାବିଲା, ୧୮ ରନରେ ଜିତିଲା ବାଙ୍ଗାଲୋର

ବାଙ୍ଗାଲୋର(ବଡ଼ ଖବର ବ୍ୟୁରୋ): ଲକ୍ଷ୍ନୌରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୪୩ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟକୁ ୧୮ ରନ୍‌ରେ ପରାସ୍ତ କରିଛି ବାଙ୍ଗାଲୋର । ଏହି ମ୍ୟାଚରେ ଉଭୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ବାଙ୍ଗାଲୋର କେବଳ ୧୨୬ ରନ କରିଥିବାବେଳେ ଏହାର ପିଛା କରି ୧୦୮ ରନରେ ସମସ୍ତ ୱିକେଟ ହରାଇଥିଲା ଲକ୍ଷ୍ନୌ । ତେବେ ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ ସର୍ବାଧିକ ରନ କରିଥିବା ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଫାଫ ଡୁପ୍ଲେସିସ ।

ଆରମ୍ଭରୁ ଦଳ ଭଳ ପ୍ରଦର୍ଶନ କରିନଥିଲା । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୬୨ ରନ ଯୋଡ଼ିଥିଲେ ବିରାଟ କୋହଲି ଓ ଡୁପ୍ଲେସିସ । ନବମ ଓଭରରେ ରବି ବିଷ୍ଣୋଇଙ୍କ ପ୍ରଥମ ଶିକାର ପାଲଟିଥିଲେ କୋହଲି । ସେ ୩୦ ବଲରୁ ୩ଟି ଚୌକା ସହିତ ୩୧ ରନ କରିଥିଲେ । ଏହାପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଅଧିନାୟକ ଫାଫ ଡୁପ୍ଲେସିସ ଦଳ ପାଇଁ ସର୍ବାଧିକ ୪୦ ବଲରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ବଳରେ ୪୪ ରନ କରି ଆଉଟ ହୋଇଥିଲେ । ତେବେ ଦିନେଶ କାର୍ତ୍ତିକଙ୍କୁ ଛାଡ଼ିଦେଲେ ଦଳର ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାକୁ ସମର୍ଥ ହୋଇନଥିଲେ ।

ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୨୬ ରନ କରିଥିଲା ବାଙ୍ଗାଲୋର । ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ ହକ ୪ ଓଭରରୁ ୩୦ ରନ ବ୍ୟୟରେ ସର୍ବାଧିକ ୩ଟି ୱିକେଟ ପାଇଥିଲେ । ରବି ବିଷ୍ଣୋଇ ଓ ଅମିତ ମିଶ୍ରା ୨୧ ରନ ଲେଖାଏଁ ଖର୍ଚ୍ଚ କରି ୨ଟି ଲେଖାଏଁ ୱିକେଟ ନେଇଥିଲେ । କ୍ରିଷ୍ଣାପା ଗୌତମଙ୍କୁ ଗୋଟିଏ ସଫଳତା ମିଳିଥିଲା । ଆରସିବି ପକ୍ଷରୁ ଜୋଶ ହେଜେଲଉଡ ଓ କର୍ଣ୍ଣ ଶର୍ମା ୨ଟି ଲେଖାଏଁ ୱିକେଟ ପାଇଥିଲେ । ମହମ୍ମଦ ସିରାଜ, ଗ୍ଲେନ ମାକ୍ସୱେଲ, ୱାନିନ୍ଦୁ ହସରଙ୍ଗା ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଫଳରେ ବାଙ୍ଗାଲୋର ଅବିଶ୍ୱସନୀୟ ଭାବେ ଏହି ମୁକାବିଲାକୁ ଜିତି ନେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ