Masthead

ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର ହେବ ମମିତାଙ୍କ ହତ୍ୟା ମାମଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମମିତା ମେହେରଙ୍କ ମୃତଦେହକୁ ଡିଏନ୍‌ଏ ପରୀକ୍ଷା ପାଇଁ ପଠାଯାଇଛି। ଏହିଭଳି ଏକ ସମ୍ବେଦନଶୀଳ ହତ୍ୟା ମାମଲାକୁ ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର ପାଇଁ ଉଦ୍ୟମ କରାଯିବ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପୁଲିସ୍‌ ଆଗରେ ସବୁକିଛି ମାନିଛି। ଘଟଣା ସମ୍ପର୍କରେ ସୁବିସ୍ତୃତ ବିବରଣୀ ବି ଦେଇଛି। ଗୋବିନ୍ଦ କହିବାନୁସାରେ, କିଛି ପ୍ରମାଣ ଲାଗିଛି। ସେସବୁକୁ ପୁଲିସ ଫରେନ୍‌ସିକ୍‌ ଲାବ୍‌କୁ ପଠାଇ ଦିଆଯାଇଛି ବୋଲି ଉତ୍ତରାଞ୍ଚଳ ଡିଆଇଜି କହିଛନ୍ତି। ସୋମବାର ସନ୍ଧ୍ୟାରେ ଘଟଣା ସମ୍ପର୍କରେ ତଥା ହତ୍ୟା ମାମଲାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ଉତ୍ତରାଞ୍ଚଳ ଡିଆଇଜି ଡା.ଦୀପକ କୁମାର।

ସେ କହିଥିଲେ, ମମିତା ମେହେର ହତ୍ୟା ମାମଲାରେ କେବଳ ଦୁଇଜଣ ହିଁ ଅଭିଯୁକ୍ତ। ଯେଉଁ ଦୁଇଜଣଙ୍କୁ କୋର୍ଟଚାଲାଣ କରାସରିଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ରିମାଣ୍ଡ ସରିଥିବାବେ‌ଳେ ଦରକାର ପଡ଼ିଲେ ତା’ର ସହଯୋଗୀ ରାଧେଶ୍ୟାମ ଚଣ୍ଡି ଓରଫ ରାଧେକୁ ରିମାଣ୍ଡରେ ଅଣାଯିବ। ରିମାଣ୍ଡରେ ଥିବାବେଳେ ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ପୁଲିସ ଆଗରେ ସବୁ କିଛି ସ୍ୱୀକାର କରିଥିବା ଡିଆଇଜି କହିଥିଲେ। ଆହୁରି ମଧ୍ୟ କହିଥିଲେ ଯେ ଏହାସହ ମାମଲାର ଟ୍ରାଏଲ୍‌ ପାଇଁ ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର କେମିତି ହେବ, ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଜୁଡିସିଆରି ସ୍ୱୀକାରୋକ୍ତି କଥା ଯାହା ଉଠୁଛି, ଅଭିଯୁକ୍ତ ପୁଲିସ ହେପାଜତରେ ଥିଲେ ହୋଇପାରିବ ନାହିଁ ।

ମୋବାଇଲକୁ ନେଇ ବଢ଼ିଥିବା ସସପେନ୍ସ ଉପରୁ ପର୍ଦ୍ଦା ଉଠାଇ ଡିଆଇଜି କହିଥିଲେ, ମମିତାଙ୍କ ମୋବାଇଲକୁ ଗୋବିନ୍ଦ ମିନିଷ୍ଟାଡିୟମରେ ଶବ ଜାଳିବା ସମୟରେ ପୋଡ଼ିଦେଇଛି। ଯାହାର ଡେମେଜ ମେଟାଲ ଓ ପ୍ଲାଷ୍ଟିକ ପାଇଛୁ। ତାକୁ ଫରେନସିକ ଲାବ୍‌କୁ ପଠାଯାଇଛି। ସେହିପରି ବ୍ୟାଗକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ବି ରଖିଥିଲେ। ମାମଲାରେ ଦୁଇଟି ବ୍ୟାଗ୍‌ ଆମ ହାତରେ ଲାଗିଛି। ଗୋଟିଏ ବ୍ୟାଗ୍‌ ଯାହାକି ମହାଲିଙ୍ଗ ମିନିଷ୍ଟାଡିମ କ୍ରାଇମ ସ୍ପଟରୁ ଜଳାପୋଡ଼ା ଅବସ୍ଥାରେ ମିଳିଥିଲା। ଅନ୍ୟଟି ଅଭିଯୁକ୍ତ ରାଧେର ସ୍ତ୍ରୀ ପୁଲିସକୁ ଦେଇଛି। ରାଧେର ସ୍ତ୍ରୀ ଦେଇଥିବା ବ୍ୟାଗରେ ଥିବା ମୋବାଇଲରୁ ସେମିତି କିଛି ପୁଲିସ ହାତରେ ଲାଗିନି। ଯେହେତୁ ତାକୁ ଏହି ମାମଲାରେ ଜବତ କରାଯାଇଛି, ତାକୁ ବି ଫରେନସିକ ଟେଷ୍ଟ ପାଇଁ ପଠାଯାଇଛି ବୋଲି କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?