Masthead

ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟକୁ ୫ ୱିକେଟରେ ହରାଇ ଆଇପିଏଲ ଟ୍ରଫି ହାତେଇଛି ଚେନ୍ନାଇ

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ଆଇପିଏଲର ୧୬ତମ ସଂସ୍କରଣରେ ଚାମ୍ପିୟନ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସକୁ ୫ ୱିକେଟ୍‌ ହରାଇ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି ଚେନ୍ନାଇ ସୁପର କିଙ୍ଗସ । ସୋମବାର ଖେଳାଯାଇଥିବା ଆଇପିଏଲର ରୋମାଞ୍ଚକ ମେଗା ଫାଇନାଲରେ ଗୁଜରାଟ ୨୦ ଓଭରରେ ୪ ଉଇକେଟ ହରାଇ ୨୧୪ ରନ ସଂଗ୍ରହ କରିଥିଲା। ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବାରୁ ଚେନ୍ନାଇ ସମ୍ମୁଖରେ ୧୫ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ଜିତି ଇତିହାସ ରଚିଛି ଚେନ୍ନାଇ ସୁପର କିଙ୍ଗ୍‌ସ୍‌ । ୨୫ ବଲ୍‌ରେ ୪୭ ରନ୍‌ କରିଥିଲା ଡେଭନ କନ୍‌ୱେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଟସ୍‌ ଜିତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ମହାମୁକାବିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜୁରାଟ ୪ ୱିକେଟ ହରାଇ ୨୧୪ରନ କରିଥିଲା । ଦୁଇ ଓପନର ଶୁଭମନ ଗିଲ୍‌ ଓ ରିଦ୍ଧିମାନ ଶାହ ଦମଦାର ଆରମ୍ଭ କରିଥିଲେ । ଶୁଭମନ ଗିଲ ୩୯ ରନ କରି ଷ୍ଟମ୍ପିଂ ହୋଇଥିଲେ । ପରେ ପରେ ରିଦ୍ଧିମାନ ଶାହା ୩୯ ବଲରେ ୫୪ ରନ କରି ଆଉଟ ହୋଇଥିଲେ ।

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସାଇ ସୁଦର୍ଶନ ଦଳୀୟ ସ୍କୋର୍‌କୁ ଆଗକୁ ନେଇଥିଲେ । ଦଳ ପାଇଁ ସାଇ ସୁଦର୍ଶନ ଦମଦାର ବ୍ୟାଟିଂ କରିଥିଲେ । ପଡ଼ିଆରେ ଚୌକା ଛକା ବର୍ଷା କରିଥିଲେ । ୪୭ ବଲ୍‌ରୁ ୮ ଚୌକା ଓ ୬ ଛକା ସହ ୯୬ ରନ୍‌ କରିଥିଲେ । ୯୬ ରନ୍‌ କରି ଆଉଟ୍‌ ହୋଇଥିଲେ ସୁଦର୍ଶନ । ଶତକରୁ ବଞ୍ଚିତ ଥିଲେ ମାତ୍ର ଦଳ ପାଇଁ ବିଶାଳ ରନ୍‌ ସ୍କୋର କରିଥିଲେ । ପରେ ପିଚ୍‌କୁ ଆସିଥିଲେ ରାସିଦ ଖାନ । ସେ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଚେନ୍ନାଇକୁ ୨୧୫ ରନ ଟାର୍ଗେଟ ମିଳିଥିଲା । ଚେନ୍ନାଇ ପକ୍ଷରୁ ଦୀପକ ଚହର, ଜାଡେଜା ଓ ପଥିରଣା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର