Masthead

ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସ୍‌ପେଣ୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସ୍‌ପେଣ୍ଡ । କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ସସ୍‌ପେଣ୍ଡ ହୋଇଛନ୍ତି ରାଜେଶ । ଗତ ୨୭ ତାରିଖ ରାତିର ଘଟଣା ପାଇଁ ସସ୍‌ପେଣ୍ଡ କରାଯାଇଛି । ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ରାଜେଶଙ୍କୁ ସସ୍‌ପେଣ୍ଡ କରାଯାଇଛି । ରାଜେଶ ପଣ୍ଡିତଙ୍କ ସସ୍‌ପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ମହିଳା ଇନ୍ସପେକ୍ଟର ଓ ତାଙ୍କ ସ୍ୱାମୀଙ୍କୁ ଅସଦାଚରଣ ଅଭିଯୋଗରେ ଆଇପିଏସ୍ ଅଫିସର ରାଜେଶ ପଣ୍ଡିତ ନିଲମ୍ବିତ ।

ନିଲମ୍ବନ ରାଜ୍ୟ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ନିଲମ୍ବନ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆଇପିଏସ୍ ରାଜେଶ ପଣ୍ଡିତ୍ ଡିଜିଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର ଛାଡି ପାରିବେନି ବୋଲି ମଧ୍ୟ କଡା ନିର୍ଦ୍ଦେଶ ରହିଛି । ଗତ ୨୭ ତାରିଖରେ ଆଇପିଏଏସ୍ ପଣ୍ଡିତ୍ କ୍ରାଇମବ୍ରାଞ୍ଚ ର ଏକ ଶାଖାରେ କାର୍ଯ୍ୟରତ ମହିଳା ଇନ୍ସପେକ୍ଟରଙ୍କ ଘରକୁ ଯାଇ ସେଠାରେ ଭଙ୍ଗାରୁଜା କରିବା ସହ ତାଙ୍କ ସ୍ୱାମୀଙ୍କୁ ମାଡ ମାରିବା ସହ ମହିଳା ଇନ୍ସପେକ୍ଟରଙ୍କୁ ବିବାହ କରିବାକୁ କହିଥିଲେ । ଏହି ଘଟଣାକୁ ନେଇ ମହିଳା ଇନ୍ସପେକ୍ଟରଙ୍କ ସ୍ୱାମୀ ମାମଲା ଦାଏର କରିଥିଲେ । ପୋଲିସ ଏହାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି