Masthead

ନବୀନଙ୍କ ପାଇଁ ଶୁଭ କି ‘୯’ଅଙ୍କ ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜନୀତିର ଛକାପଞ୍ଝା ଭିତରେ ସରଗରମ ପ୍ରଚାର। ରୋଚକ ସ୍ଥିତିରେ ରାଜନୀତି । କାହାର ମୁଦ୍ଦା ବଦଳାଇବ ଲୋକଙ୍କ ମୁଡ୍ ? କାହାକୁ ନେତା ବାଛିବେ ଜନତା ? ବିଜେପି, ବିଜେଡି, କଂଗ୍ରେସ ସହ ମଇଦାନରେ ସ୍ୱାଧୀନ ପ୍ରାର୍ଥୀଙ୍କ ଟକ୍କର। କିଏ ଜିତିବ ଲୋକଙ୍କ ମନ । ପ୍ରାର୍ଥୀମାନେ ନିଜ ନିଜ ଦଳର ଆଭିମୁଖ୍ୟକୁ ନେଇ ଲୋକଙ୍କୁ ପାଖକୁ ଯାଉଛନ୍ତି । ସେପଟେ ବିଜେପି ଫୋକସରେ ରହିଛି ଓଡ଼ିଶା । ଘନ ଘନ ପ୍ରଚାରରରେ ଲାଗି ପଡ଼ିଛନ୍ତି ବିଜେପିର ହେଭିୱେଟ । ଅନ୍ୟପଟେ ବିଜେଡି ମଧ୍ୟ କିଛି କମରେ ନାହିଁ । ସୁପ୍ରିମୋଙ୍କ ସହ ନେତାମାନେ ମଧ୍ୟ ପଲା ହାତକୁ ନେବା ପାଇଁ କରୁଛନ୍ତି ଭୋଟ ଭିକ୍ଷା । ଘନ ଘନ କରୁଛନ୍ତି ପ୍ରଚାର । ତେବେ ଶୁଣିବାକୁ ମିଳୁଛି ନବୀନଙ୍କ ୯ ଅଙ୍କ ଫର୍ମୂଲା କୁଆଡ଼େ ଚର୍ଚ୍ଚାରେ ରହିଛି ।

ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଂଖ୍ୟା ‘୯’ ଉପରେ ପୂର୍ଣ୍ଣ ଭରସା। ୯ ଶୁଭ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି। ଚଳିତ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣାରୁ ଆରମ୍ଭ କରି ନିର୍ବାଚନ ଇସ୍ତାହାର ଘୋଷଣାକୁ ଦେଖିଲେ ବିଜେଡି ସଂଖ୍ୟା ‘୯’ ଉପରେ ବିଶ୍ୱାସ କରୁଥିବା ମନେହୁଏ। ବିଜେଡି ସୁପ୍ରିମୋ ପ୍ରଥମ ପର୍ଯ୍ୟାୟରେ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ। ମୋଟ ୯ ପର୍ଯ୍ୟାୟରେ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି ହୋଇଥିଲା।

ବିଧାନସଭା ପାଇଁ ପ୍ରଥମ ଦଫାରେ ୭୨ ଆସନ ପାଇଁ ପ୍ରାର୍ଥୀ ଦେଇଥିଲା। ୭ ଓ ୨ ମିଶିଲେ ଏହା ମଧ୍ୟ ହେଉଛି ‘୯’। ଦ୍ୱିତୀୟ ପର୍ଯ୍ୟାୟରେ ନବୀନ ଜାରି କଲେ ୨୭ ବିଧାନସଭା ଆସନର ପ୍ରାର୍ଥୀ। ଏ ଦୁଇ ଅଙ୍କ ମିଶିଲେ ହେଉଛି ‘୯’। ଏହାପରେ ନବୀନ ୪ ପର୍ଯ୍ୟାୟରେ ୯ ଲେଖାଏଁ ବିଧାନସଭା ସିଟ ପାଇଁ ପ୍ରାର୍ଥୀ ତାଲିକା ଦେଲେ। ଦଳ ପକ୍ଷରୁ ଗତକାଲି ମାନେ ୯ ତାରିଖରେ ଇସ୍ତାହାରକୁ ଉନ୍ମୋଚନ କରାଯାଇଥିଲା । ଖାଲି ସେତିକି ନୁହେଁ କିଛି ଦିନ ପୂର୍ବରୁ ଜୁନ୍ ୯ରେ ନବୀନ ପୁଣି ଷଷ୍ଠ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ପାଣ୍ଡିଆନ ଘୋଷଣା କରିଥିଲେ ।

କାହିଁକି ୯କୁ ଚୁଜ କରୁଛି ଦଳ । କାହିଁକ ସୁପ୍ରିମୋଙ୍କ ୯ ଉପରେ ବିଶ୍ୱାସ ରହିଛି । ଦଳ ପକ୍ଷରୁ କୁହାଯାଉଛି, ବିଜେଡି ଗଠନ ହେବାକୁ ୨୭ (୨+୭) ବର୍ଷ ପୂରିଛି। ନବୀନ ମଧ୍ୟ ରାଜନୀତିରେ ୨୭ ବର୍ଷ ପୂରଣ କରିଛନ୍ତି। ଏହାଛଡ଼ା ନୂଆ କାମର ଅନୁକୂଳ ପାଇଁ ‘୯’ ହେଉଛି ଶୁଭ। ହିନ୍ଦୁଧର୍ମର ଲୋକ ନବରାତ୍ରୀ ସହ ନବଗ୍ରହଙ୍କୁ ପୂଜାର୍ଚ୍ଚନା କରନ୍ତି। ବ୍ରହ୍ମା ‘୯’ ଦିନରେ ଗଢ଼ିଥିଲେ ବ୍ରହ୍ମାଣ୍ଡ। ଅଙ୍କ ଶାସ୍ତ୍ରରେ ‘୯’ ଅଙ୍କକୁ ଶୁଭ ବୋଲି ବିଶ୍ଵାସ କରାଯାଏ। ତେଣୁ ଦଳ ମଧ୍ୟ ଏ ସଂଖ୍ୟାକୁ ଶୁଭ ବୋଲି ମାନୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି