Masthead

ଯୁଦ୍ଧାସ୍ତ୍ର ପହଂଚିବା ପରେ ପୁଣିଥରେ ଆକ୍ରମଣ କରିପାରେ ଇସ୍ରାଏଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ସେନା ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ଥିବାବେଳେ ଏହା ପୂର୍ବରୁ ଗାଜାରେ ସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି। ଜାତିସଂଘ ସୁରକ୍ଷା ପରିଷଦରେ ଇସ୍ରାଏଲ-ଗାଜା ବିବାଦ ନେଇ ଆଲୋଚନା ସମୟରେ ଭାରତ ମଧ୍ୟ ଗାଜାରେ ବିପର୍ଯ୍ୟୟ ସ୍ଥିତି ପାଇଁ ଚିନ୍ତା ପ୍ରକଟ କରିଛି। ଆଉ ଏବେ ଗାଜାରେ ସାମୟିକ ପାଇଁ ଗ୍ରାଉଣ୍ଡ ଅପରେସନ ବନ୍ଦ କଲା ଇସ୍ରାଏଲ ।

ଆମେରିକାର ପରାମର୍ଶ ପରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ସ୍ଥଗିତ ରଖିଥିବା ସୂଚନା ରହିଛି । ଏ ନେଇ ଆମେରିକାର ଗଣମାଧ୍ୟମ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲରେ ଖବର ପ୍ରକାଶ ପାଇଛି । ଯୁଦ୍ଧର ୨୦ ଦିନରେ ଏହି ପରି ଏକ ନିଷ୍ପତି ନେଇଛି ଇସ୍ରାଏଲ । ଯୁଦ୍ଧରେ ଆମେରିକା ଇସ୍ରାଏଲକୁ ସମର୍ଥନ କରୁଛି । ହମାସକୁ ଇରାନ, ରୁଷ ସମେତ ଅନେକ ଦେଶ ସମର୍ଥନ କରୁଛି । ଏପରି ସ୍ଥିତିରେ ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ମଧ୍ୟ ପଠାଉଛି ଆମେରିକା । ଇସ୍ରାଏଲରେ ଆମେରିକାର ଯୁଦ୍ଧାସ୍ତ୍ର ପହଂଚିବା ପରେ ପୁଣିଥରେ ଆକ୍ରମଣ କରିପାରେ ।

ସେପଟେ ମଙ୍ଗଳବାର ଦିନ ଇସ୍ରାଏଲ ଗାଜା ଉପରେ ଦିନକରେ ୪୦୦ ଥର ବିମାନ ଆକ୍ରମଣ କରିଛି। ହମାସ ଇସ୍ରାଏଲ ଉପରେ ରକେଟ୍‌ ମାଡ଼ ପାଇଁ ପ୍ରସ୍ତୁତ ହୋଇଥିବା ଜାଣିବାପରେ ଇସ୍ରାଏଲ ୪୦୦ ଥର ବିମାନ ଆକ୍ରମଣ କରିଥିବା କହିଛି। ଏହାର ପୂର୍ବଦିନ ମଧ୍ୟ ଇସ୍ରାଏଲ ୩୨୦ ଥର ବିମାନ ଆକ୍ରମଣ କରିଥିଲା। ତେବେ ଯୁଦ୍ଧର ପରିଣତି ସ୍ବରୂପ ଗାଜାରେ ୨.୩ ନିୟୁତ ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପାଣି ନାହିଁ କି ଔଷଧ ମଧ୍ୟ ନାହିଁ। ହମାସ ନେତୃତ୍ବାଧୀନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ୫,୭୯୧ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୬, ୨୯୭ ଜଣ ଆହତ ହୋଇଛନ୍ତି। ୱେଷ୍ଟ ବ୍ୟାଙ୍କ୍‌ରେ ୯୬ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୬୫୦ ଜଣ ଆହତ ହୋଇଛନ୍ତି ବୋଲି ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ