Masthead

ଇସ୍ରୋକୁ ମିଳିଲା ଆଉ ଏକ ସଫଳତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):୨୦୨୧ ପ୍ରଥମ ମିଶନରେ ଇସ୍ରୋକୁ ମିଳିଲା ଆଉ ଏକ ସଫଳତା । ଆଜି ଉତକ୍ଷେପଣ ହୋଇଛି ପିଏସଏଲଭି-ସି୫୧ଉପଗ୍ରହ । ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୦.୨୪ ରେ ଉପଗ୍ରହ ଆମାଜୋନିଆ-୧ ର ସଫଳ ଉତକ୍ଷେପଣ କରାଯାଇଛି । ଉପଗ୍ରହ ଆମାଜୋନିଆ-୧ ର ସଫଳତାକୁ ନେଇ ବେଶ ଖୁସି ଅଛନ୍ତି ବୌଜ୍ଞାନିକମାନେ । ପାଣିପାଗର ପରିସ୍ଥତିକୁ ଦୃଷ୍ଟିରେ ରଖି ଏହାକୁ ଉତକ୍ଷେପଣ କରଯାଇଛି । ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଏହି ଆମୋଜୋନିଆ-୧ ଉପଗ୍ରହ ବା ସାଟେଲାଇଟକୁ ଉତକ୍ଷେପଣ କରାଯାଇଛି । ଏହି ଉପଗ୍ରହ ଆମାଜନ ଅଞ୍ଚଳର ଜଙ୍ଗଲ ନଷ୍ଟ ହେବା ଉପରେ ନଜର ରଖିବା ପାଇଁ ଉପଭୋକ୍ତା ମାନଙ୍କୁ ରିମୋଟ ସେନ୍ସିଂ ତଥ୍ୟ ପ୍ରଦାନ କରି ଜଙ୍ଗଲର ଆକାରକୁ ଆହୁରୀ ମଜବୁତ କରିବ ।

ଇସ୍ରୋର ପିଏସଏଲଭି-ସି୫୧ ରକେଟ୍ ସହାୟତାରେ ବ୍ରାଜିଲର ଅପ୍ଟିକାଲ ଅବଜରଭେଶନ ସାଟେଲାଇଟକୁ ମହାକାଶକୁ ପଠାଯାଇଛି । ଏହା ପିଏସଏଲଭିର ୫୩ ତମ ମିଶନ ବୋଲି କୁହାଯାଇଛି । କେବଳ ଆମାଜୋନିଆ ନୁହେଁ ଏହାସହ ୧୮ଟି ଉପଗ୍ରହକୁ ମଧ୍ୟ ପ୍ରଥମ ଲଞ୍ଚପ୍ୟାଡରୁ ସଫଳତା ସହ ଉତକ୍ଷେପଣ କରାଯାଇଛି । ଏହି ୧୮ ଟି ଉପଗ୍ରହ ମଧ୍ୟରେ ସ୍ପେସ୍ କିଡଜ୍ ଇଣ୍ଡିଆର ଏସଡି ସାଟ୍ (ସତୀଶ୍ ଧାୱନ୍ ସାଟ୍) ସହ କୋଇମ୍ବାଟୁରର ଶ୍ରୀ ଶକ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ନାଗପୁରର ଜିଏଚ୍ ରାଇସୋନି କଲେଜ ଅଫ୍ ଇଞ୍ଜିନିୟରିଂ ଆଦି ୩ ଟି କଲେଜ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ୟୁନିସାଟର ମଧ୍ୟ ଉତକ୍ଷେପଣ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼