Masthead

‘ପୁଷ୍ପକ ବିମାନ’ ଲଞ୍ଚ କଲା ଇସ୍ରୋ

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): ଇସ୍ରୋକୁ ମିଳିଛି ଆଉ ଏକ ସଫଳତା । କର୍ଣ୍ଣାଟକର ଏରୋନଟିକାଲ ଟେଷ୍ଟ ରେଞ୍ଜରୁ ଆରଏଲଭିର ଲ୍ୟାଣ୍ଡିଂ ମିଶନ୍ ‘ପୁଷ୍ପକ’କୁ ସଫଳତାର ସହ କାର୍ୟ୍ୟକାରୀ କରିଛି ଇସ୍ରୋ । ସକାଳ ପ୍ରାୟ ୭ଟାରୁ ଚଲାକେରେ ରନୱେରୁ ଏହାକୁ ଲଞ୍ଚ୍ କରାଯାଇଥିଲା । ଇସ୍ରୋ ତରଫରୁ ଏହା ତୃତୀୟ ଆରଏଲଭିର ଲ୍ୟାଣ୍ଡିଂ ମିଶନ୍ ସଫଳତାର ଶିଖର ଛୁଇଁଛି । ପୂର୍ବରୁ ୨୦୧୬ ଏବଂ ଗତବର୍ଷ ଏପ୍ରିଲରେ ଦ୍ୱିତୀୟ ଲ୍ୟାଣ୍ଡିଂ ମିଶନ୍ ପରୀକ୍ଷା କରାଯାଇଥିଲା ।

ପ୍ରଥମେ ଏହାକୁ ବାୟୁସେନାର ହେଲିକପ୍ଟର ଯୋଗେ ପ୍ରାୟ ୪.୫ କି.ମି ଉଚ୍ଚକୁ ନିଆଯାଇଥିଲା । ଏହାପରେ ପୂର୍ବ ନିର୍ଦ୍ଧାରିତ ପିଲବକ୍ସ ପାରାମିଟର ପାଇବା ପରେ ଏହାକୁ ଲଞ୍ଚ୍ କରାଯାଇଛି । କମ୍ ଖର୍ଚ୍ଚରେ ସ୍ପେସକୁ ପ୍ରବେଶ ସକ୍ଷମ କରାଇବାକୁ ଆରଏଲଭି ପାଇଁ ଅତ୍ୟାବଶ୍ୟକ ଟେକନୋଲୋଜିର ବିକାଶ ଉଦ୍ଦେଶ୍ୟରେ ଏହି ମିଶନ୍ ଆରମ୍ଭ କରାଯାଇଛି । କମ୍ ଖର୍ଚ୍ଚରେ ମହାକାଶରେ ପହଞ୍ଚିବା ପାଇଁ ଭାରତର ଏକ ବଡ଼ ପ୍ରୟାସ ଭାବରେ ଉଭା ହୋଇଛି ‘ପୁଷ୍ପକ’ ଲଞ୍ଚ୍ ଭେହିକିଲ ।

ଏହା ଭାରତ ପାଇଁ ଆରଏଲଭିର ଭବିଷ୍ୟତ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସକୁ ନେଇ ଗଠିତ ଆରଏଲଭିର ଉପର ଭାଗ ଖୁବ ମହଙ୍ଗା ହୋଇଥିବା ବେଳେ ଏହା ସୁରକ୍ଷିତ ଭାବରେ ପୃଥିବୀକୁ ଫେରାଇ ଆଣିହେବ । ଏହାପରେ ଏହି ଟେକ୍ନୋଲୋଜି ସମ୍ଭବତ ଇନ-ଅର୍ବିଟ ଉପଗ୍ରହଗୁଡ଼ିକର ରିଫିଲିଂକୁ ସକ୍ଷମ କରିପାରିବ କିମ୍ବା ନବୀକରଣ ପାଇଁ ଉପଗ୍ରହଗୁଡିକ ପୁନରୁଦ୍ଧାର କରିପାରିବ, ଯାହା ସ୍ପେସ୍ ଆବର୍ଜନାକୁ କମ୍ କରିବାରେ ସାହାଯ୍ୟ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !