Masthead

ସୁକିନ୍ଦା ରାସ୍ତା ମରାମତି ପାଇଁ ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଯାଜପୁର ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ମୁଖ୍ୟ ରାଜପଥ ୫୩ର ତୁରନ୍ତ ମରାମତି ନିମନ୍ତେ ସ୍ଥାନୀୟ ଜନ ଜାଗରଣ ମଞ୍ଚ ପକ୍ଷରୁ ସୁକିନ୍ଦା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସୁକିନ୍ଦା ମୁଖ୍ୟ ରାଜପଥ ଅଧପାନ୍ତରିଆ ହୋଇ ପଡ଼ି ରହିଥିବାରୁ ରାଜପଥରେ ବଡ ବଡ ଖାଲ ମାନ ହୋଇଅଛି ।

ସେହି ଖାଲ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ବହୁ ପଥଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ପଙ୍ଗୁ ହୋଇଯାଇଥିବା ଜଣାଯାଏ । ବର୍ଷା ଦିନ ସମୟରେ ସୁକିନ୍ଦା ରାଜପଥ ମଧ୍ୟରେ ଥିବା ଖାଲରେ ବହୁ ଯାତ୍ରୀବାହି ବସ ଓ ଅନ୍ୟ ଗାଡି ଗୁଡିକ ଫସି ରହି ବହୁ ପଥଚାରୀ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ଏନେଇ ସୁକିନ୍ଦା ମୁଖ୍ୟ ରାଜପଥକୁଏନ୍ଏଚ୍ କର୍ତ୍ତୃପକ୍ଷ ତୁରନ୍ତ ମରାମତି ନିମନ୍ତେ ସୁକିନ୍ଦା ଜନ ଜାଗରଣ ମଞ୍ଚ ପକ୍ଷରୁ ବୁଧବାର ଦିନ ସୁକିନ୍ଦା ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି । ଯଦି ୭ ଦିନ ମଧ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସୁକିନ୍ଦା ରାଜ ପଥରେ ଥିବା ତୃଟିପୂର୍ଣ୍ଣ କାର‌୍ୟ୍ୟକୁ ମରାମତି ନକରନ୍ତି ତେବେ ସୁକିନ୍ଦା ଜନଜାଗରଣ ମଞ୍ଚ ପକ୍ଷରୁ ରାଜପଥକୁ ଅବରୋଧ କରାଯିବା ନିମନ୍ତେ ଚେତାବନୀ ଦିଆଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି