Masthead

ଭିଜିଲାନ୍ସ ଜାଲରେ ଆଇଟିଡିଏ ମୁଖ୍ୟ କିରାଣି

କନ୍ଧମାଳ (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲା ବାଲିଗୁଡା ଆଇଟିଡିଏ ମୁଖ୍ୟ କିରାଣି ବସନ୍ତ କୁମାର ପାଣି। ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ଟିମ। ସୂଚନା ଅନୁସାରେ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜାଠୁଆଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଏସପି ତ୍ରିଲୋଚନ ସ୍ୱାଇଁ ଫୁଲବାଣୀ ଡିଏସପି ଅରୁଣ କୁମାର ନାୟକଙ୍କ ତତ୍ତ୍ୱାବଧାନତାରେ ଏକ ଟିମ କରି ବୁଧବାର ଅପରାହ୍ନ ୪ଟା ୪୦ରେ ବାଲିଗୁଡ଼ା ଆଇଟିଡିଏ ଅଫିସରେ ଚଢ଼ାଉ କରିଥିଲେ।

ବାଲିଗୁଡା ପାଟଖଣ୍ଡା ସାହିର ପଦ୍ମ ଚରଣ ପାଣିଗ୍ରାହୀଙ୍କ ଏକ ସିକ୍ୟୁରିଟି ଡିପୋଜିଟ ଫାଇଲକୁ ପାସ କରିବା ପାଇଁ ଲାଞ୍ଚ ମାଗିଥିଲେ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି। ଏ ନେଇ ଶ୍ରୀ ପାଣିଗ୍ରାହୀ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ବାଲିଗୁଡାରେ ପହଞ୍ଚିଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରୀ ପାଣିଗ୍ରାହୀ ୬ ହଜାର ଟଙ୍କା ମୁଖ୍ୟ କିରାଣି ବସନ୍ତ କୁମାର ପାଣିକୁ ଦେବା ସମୟରେ ଭିଜିଲାନ୍ସ ଟିମ ମାଡି ବସିଥିଲେ। ଟଙ୍କା ନେଇଥିବା ପ୍ରମାଣ ମିଳିବ ପରେ ଭିଜିଲାନ୍ସ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣିକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି।

ଏହା ସହିତ ତାଙ୍କର ବାଲିଗୁଡା ସ୍ଥିତ ବ୍ରାହ୍ମଣ ସାହି ଘର ସହିତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଥିବା କହିଛନ୍ତି ଭିଜିଲାନ୍ସ ଡିଏସପି ଅରୁଣ ନାୟକ। ଚଢ଼ାଉ ସମୟରେ ନଗଦ ୧୩ ଲକ୍ଷ ୨୫ ହଜ଼ାର ସହିତ ଅନ୍ୟାନ୍ୟ ସାମଗ୍ରୀ, ୪ ଟି ବ୍ୟାଙ୍କ ପାସ ବହି ଦୁଇଟି କୋଠା ଥିବା ଜଣାପଡିଛି। ଯାହାର ଆକଳନ କରା ଯାଉଥିବା କହିଛନ୍ତି ଭିଜିଲାନ୍ସ ଏସପି ତ୍ରିଲୋଚନ ସ୍ୱାଇଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି