Masthead

୧୦ ବର୍ଷରେ ଫସିଲେଣି ୭ କର୍ମଚାରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଇଏସଆଇ ଟାର୍ଗେଟରେ ଚାନ୍ଦିପୁର ଆଇଟିଆର । ଇଶ୍ୱର ବେହେରାଠୁ ବାବୁରାମ ପର୍ଯ୍ୟନ୍ତ ୧୦ ବର୍ଷରେ ଫସିଲେଣି ୭ କର୍ମଚାରୀ । ଡିଆରଡିଓ ଅଧିନରେ ଥିବା ଚାନ୍ଦିପୁର ଆଇଟିଆର ଏବେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଟାର୍ଗେଟରେ । ହନିଟ୍ରାପରେ ଜଣଙ୍କ ପରେ ଜଣେ ଆଇଟିଆର କର୍ମଚାରୀଙ୍କୁ ଫସାଉଛନ୍ତି । ୧୦ ବର୍ଷ ଭିତରେ ଆଇଟିଆରର ୭ କର୍ମଚାରୀଙ୍କୁ ଫସାଇଛନ୍ତି ଏବେ ଆଇଟିଆର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।

ପ୍ରଥମେ ୨୦୧୫ ଜାନୁଆରୀ ୨୪ ଏଭଳି ଅଭିଯୋଗ ଆସିଥିଲା । ଚାନ୍ଦିପୁର ପୋଲିସ ଡିଆରଡିଓରେ କ୍ୟାମେରାମ୍ୟାନ ଭାବେ କାମ କରୁଥିବା ଠିକା କର୍ମଚାରୀ ଇଶ୍ୱର ବେହେରାକୁ ଗିରଫ କରିଥିଲା । ଇଶ୍ୱର ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା କଣ୍ଟିପୁର ଅଞ୍ଚଳର । ତଦନ୍ତ ବେଳେ ଇଶ୍ୱର ୯ଅଙ୍କ ବିଶିଷ୍ଟ ଏକ କଲରେ ଆଇଏସଆଇ ଏଜେଣ୍ଟ ସହ କଥାବାର୍ତ୍ତା ହେଉଥିବା ଜଣାପଡିଥିଲା । ତାର ୬୬୬ ସେକେଣ୍ଡର ଏକ ଭଏସ ରେକର୍ଡ ମଧ୍ୟ ମିଳିଥିଲା । ଏହି ମାମଲାରେ ୨୦୨୧ରେ ଆଜୀବନ ଜେଲ ହୋଇଥିଲା ।

ଦ୍ୱିତୀୟ ଘଟଣା ଘଟିଥିଲା ୨୦୨୧ ମସିହାରେ । ବିଦେଶୀ ଗୁପ୍ତଚର ସଂସ୍ଥାକୁ ପ୍ରତିରକ୍ଷା ବିଭାଗର ତଥ୍ୟ ବିକି୍ର ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା । ପରବର୍ତ୍ତି ସମୟରେ ଜଣଙ୍କୁ ଛାଡି ଦିଆଯିବା ଅନ୍ୟ ୪ ଜଣଙ୍କୁ ଗିରଫ କରାଯାଇଥିଲା । ସମସ୍ତେ ଡିଆରଡିଓର ଠିକା କର୍ମଚାରୀ ଥିଲେ । ମାମଲା ଏବେବି ବିଚାରଧିନ ରହିଛି । ତୃତୀୟ ଘଟଣାଟି ୨୦୨୩ ଫେବୃଆରୀ ୨୪ରେ ଘଟିଛି । ପ୍ରତିରକ୍ଷା ତଥ୍ୟ ଲିକ୍ ଅଭିଯୋଗରେ ଗିରଫ ହୋଇଛନ୍ତି ବାବୁରାମ । ସେ ଆଇଟିଆର ବୈଷୟିକ ବିଭାଗରେ ୧୯୯୫ରୁ କାମ କରିଆସୁଥିଲେ । ହନିଟ୍ରାପରେ ଶିକାର ହୋଇ ପାକିସ୍ତାନର ଆଇଏସଆଇକୁ ଆଇଟିଆରରେ ପରୀକ୍ଷଣ ହେଉଥିବା କ୍ଷେପଣାସ୍ତ୍ର ଉପରେ ସୂଚନା ଦେଇଥିଲେ । ଏନେଇ ତାଙ୍କ ନାମରେ ମଧ୍ୟ ଦେଶଦ୍ରୋହ ମାମଲା ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି