Masthead

କଟକଣା ମୁକ୍ତ ହେଲେ ଜ୍ୟାକଲିନ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଆଶ୍ୱସ୍ତି, ଏବେ ବିଦେଶ ଯିବା ପୁର୍ବରୁ ନେବାକୁ ପଡିବନି କୋର୍ଟର ଅନୁମତି । ବର୍ତ୍ତମାନ କୋର୍ଟ ଜ୍ୟାକଲିନଙ୍କୁ ଏହି ବନ୍ଧନରୁ ମୁକ୍ତ କରିଛନ୍ତି । ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ତାଙ୍କୁ କୋର୍ଟ ପୂର୍ବାନୁମତି ବିନା ବିଦେଶ ଯାତ୍ରାକୁ ବାରଣ କରିଥିଲା । ପୂର୍ବରୁ ଜ୍ୟାକଲିନଙ୍କୁ ଦେଶ ବାହାରକୁ ଯିବା ପାଇଁ କୋର୍ଟର ଅନୁମତି ନେବାକୁ ପଡୁଥିଲା । ମାତ୍ର ବର୍ତ୍ତମାନ ସେ କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେ । ଗତ ବର୍ଷ ନଭେମ୍ବର ୨୦୨୨ରେ ମନି ଲଣ୍ଡରିଂ ମାମଲାରେ କୋର୍ଟ ଜ୍ୟାକଲିନଙ୍କୁ ବିଦେଶ ଯାତ୍ରା ପୂର୍ବରୁ କୋର୍ଟର ଅନୁମତି ନେବାକୁ କହିଥିଲେ ମାତ୍ର ବର୍ତ୍ତମାନ କୋର୍ଟର ବିନା ଅନୁମତିରେ ସେ ବିଦେଶ ଯାତ୍ରା କରିପାରିବେ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ