Masthead

ମାରାହେଲା ବେଶ

ପୁରୀ (ବଡ଼ ଖବର ବ୍ୟୁରୋ): ବିତି ଗଲାଣି ଦୀର୍ଘଦିନ । ଖୋଲୁନି ଶ୍ରୀମନ୍ଦିର । ସିଂହଦ୍ୱାର ବନ୍ଦକରି ସେବାୟତମାନେ ଠାକୁରଙ୍କ ନୀତିକାନ୍ତି ଚଳାଇଛନ୍ତି । ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ ପାଇପାରୁନାହାନ୍ତି । ଭକ୍ତ ବିନା ଶୂନଶାନ ଶ୍ରୀମନ୍ଦିର । ସେବାୟତମାନେ ମଧ୍ୟ ହନ୍ତସନ୍ତ ହେଉଛନ୍ତି ।

ଚାଲିଛି କାର୍ତ୍ତିକ ମାସ । ପ୍ରଚଳିତ ରୀତିନୀତି ଅନୁସାରେ ଶ୍ରୀଜୀଉମୀାନଙ୍କୁ ପଞ୍ଚକ, ପାଞ୍ଚଦିନରେ ସ୍ୱତନ୍ତ୍ର ଭାବେ ବେଶ ହୋଇଥାନ୍ତି । ଆଜି ପଞ୍ଚକର ପ୍ରଥମ ଦିନରେ ଠାକୁର ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥାନ୍ତି । ଆଜି ସକାଳୁ ବେଶ ବଢ଼ିଥିଲା । ସମାପ୍ତ ହେବା ପରେ ମାରା ହୋଇଯାଇଥିଲା । ଜଣେ ସେବକ ଛୁଇଁଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେବାୟତମାନେ ଶ୍ରୀଜୀଉଙ୍କର ବେଶ ଓହ୍ଲାଇ ଦେଇଥିଲେ । ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କୁ ମହାସ୍ନାନ କରାଯାଇଥିଲା । ମଙ୍ଗଳା ଆଳତୀ ପରେ ପୁଣି ବଢ଼ିଥିଲା ବେଶ । ଠାକୁରଙ୍କ ଏହି ଅପୂର୍ବ ବେଶ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା