ଅଘୋଷିତ ବିଦ୍ୟୁତ କାଟ ଓ ଟାଟାପାୱାରର ମନମାନିକୁ ନେଇ ତେଜୁଛି ଆନ୍ଦୋଳନ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଟାଟା ପାୱାର ବିଦ୍ୟୁତ ଯୋଗାଣ କାର୍ଯ୍ୟାଳୟର ମନମୁଖୀ ଶାସନକୁ ନେଇ ନାଉଗାଁ ବିଦ୍ୟୁତ୍ ଉପୋଭୋକ୍ତା ସଙ୍ଘ ମିଳିତ ମଞ୍ଚ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବିଶେଷ କରି ଯେଉଁ ପରି ଭାବରେ ନାଉଗାଁ ଟାଟା ପାୱାର ବିଦ୍ୟୁତ ଯୋଗାଣ କାର୍ଯ୍ୟାଳୟ ପ୍ରତେକ ଦିନ ଅଘୋଷିତ ଭାବରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ କରିବା ଏବଂ ଜନସାଧାରଣଙ୍କୁ ସଠିକ୍ ଭାବରେ କାର୍ଯ୍ୟ ଯୋଗାଇନଦେବା ଏବଂ ସବୁଠାରୁ ବଡ଼ କଥା ହେଲା ଜନସାଧାରଣ ପାଇଁ ପୂର୍ବରୁ ଥିବା ଟେଲିଫୋନ୍ ନମ୍ବର ଟିକୁ କାଟିଦେବା ଏବଂ ଅପରପଟେ ଅଘୋଷିତ ବିଦ୍ୟୁତ କାଟ କରିବା ପରେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୋବାଇଲ୍ ବନ୍ଦ ରହିବା ଯାହା ଦ୍ୱାରା ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ଦାବି ଗୁଡିକର ଯଦି ତୁରନ୍ତ ସମାଧାନ ନ କରାଯାଏ ତେବେ ଆଗାମୀ ୭ ଦିନ ମଧ୍ୟରେ ନାଉଗାଁ ବିଦ୍ୟୁତ୍ ଉପୋଭୋକ୍ତା ସଙ୍ଘ ମିଳିତ ମଞ୍ଚ ପକ୍ଷରୁ ରାଜ ରାସ୍ତାରେ ଆନ୍ଦୋଳନ କରାଯିବା ସହିତ ନାଉଗାଁ ଟାଟା ପାୱାର ବିଦ୍ୟୁତ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’