Masthead

ଦିବ୍ୟାଙ୍ଗ ଝିଅଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି… ମୁଁ ଝୁଣ୍ଟି ଖଣ୍ଡିଆ ଖାବରା ହେଉଛି, ସ୍କୁଲକୁ ଭଲ ରାସ୍ତାଟେ କରିଦିଅନ୍ତୁ

ଜମ୍ମୁ-କଶ୍ମୀର (ବଡ଼ ଖବର ବ୍ୟୁରୋ): ଜମ୍ମୁ-କଶ୍ମୀରର କାଠୁଆର ସ୍କୁଲ ଛାତ୍ର ସିରାଟ ନାଜ । ଯାହାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ତାଙ୍କ ସ୍କୁଲର ଏକ ଭିଡିଓ କରିଥିଲେ । ସ୍କୁଲର ସମସ୍ୟା ଦେଖାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ । ଆଉ ଏବେ ଜଣେ ଦିବ୍ୟାଙ୍ଗ ଝିଅ କାଜଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖି ଜମ୍ମୁ-କଶ୍ମୀରର ଉଦମପୁର ଜିଲାରେ ତାଙ୍କ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି।

ରାସ୍ତାରେ ଝୁଣ୍ଟି ପଡି ଖଣ୍ଡିଆ ଖାବରା ହେଉଥିବା ଝିଅଟି ଚିଠିରେ ଜଣାଇଛନ୍ତି। ସେ ମେଲଡି ସରକାରୀ ମିଡିଲ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ଏହି ବିଦ୍ୟାଳୟ ଉଦମପୁର ଜିଲାର ଫାଙ୍ଗୟାଲ ପଞ୍ଚାୟତର ପ୍ରଶାସନ ଅଧୀନରେ ଅଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ କାଜଲ ସ୍କୁଲରେ ନିଜର ତଥା ଅନ୍ୟ ସାଙ୍ଗମାନଙ୍କ ଦୈନନ୍ଦିନ ଅସୁବିଧା ବିଷୟରେ ପ୍ରକାଶ କରିଛନ୍ତି।

ସେ ଲେଖିଛନ୍ତି ବିଦ୍ୟାଳୟକୁ ଯାଉଥିବା ଏକମାତ୍ର ରାସ୍ତାର ଅବସ୍ଥା ଏପରି ଅଛି ସେ ଯାତ୍ରା କରିବା ସମୟରେ ଅନେକ ଥର ଝୁଣ୍ଟି ପଡି ତଳେ ପଡ଼ିଯାଉଛନ୍ତି। “ମୁଁ ସ୍କୁଲ ଯିବାବେଳେ ଏହି ରାସ୍ତାରେ ଅନେକ ଥର ପଡିଛି। ରାସ୍ତାର ଅବସ୍ଥା ଏପରି ମୁଁ ତଥା ମୋର ବନ୍ଧୁମାନେ ଏହା ଉପରେ ଚାଲିବା ବିପଦଠାରୁ କମ ନୁହେଁ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆମ ପାଇଁ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ଭଲ ରାସ୍ତା ନିର୍ମାଣ କରାଇ ଦିଅନ୍ତୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି