Masthead

ଏସଏଚଜି ଗ୍ରୁପ ଦ୍ୱାରା ଦୁର୍ନୀତି କରୁଛନ୍ତି: ଜୟନାରାୟଣ ମିଶ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଏସଏଚଜି ଗ୍ରୁପ ଟଙ୍କା ନେଇ ସୁଧ କାରବାର କରିବା ପ୍ରସଙ୍ଗରେ ବର୍ଷିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସରକାର ଏସଏଚଜି ଗ୍ରୁପ ଗୁଡିକୁ ଦୁର୍ନୀତି ଗ୍ରସ୍ତ କରିସାରିଲେଣି । ସରକାରୀ କର୍ମଚାରୀଙ୍କ ସ୍ତରରେ ଯେଉଁ ଦୁର୍ନୀତି ଥିଲା ତାକୁ ତଳ ସ୍ତରକୁ ନେଇ ଏସଏଚଜି ଗ୍ରୁପ ଦ୍ୱାରା ଦୁର୍ନୀତି କରୁଛନ୍ତି । ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ସତ୍ୟାସତ୍ୟ ରହିଛି ବୋଲି କହିଛନ୍ତି ଜୟନାରାୟଣ । ଗୃହର ନେତା ଗୃହକୁ ସମ୍ମାନ ଦେଉନାହାନ୍ତି ।

ଗୃହ ଚାଲୁଥିବା ବେଳେ ବମ୍ବେ, ରାଉରକେଲା ଯିବାକୁ ତାଙ୍କୁ ସମୟ ହେଉଛି । କିନ୍ତୁ ଗୃହକୁ ସମ୍ମାନ ଦେଇ ଗୃହରେ ରହିବା ସେ କେତେବେଳେ ବି ଉଚିତ ଭାବୁ ନାହାନ୍ତି । ଗୃହର ନେତା ଯଦି ଗୃହକୁ ସମ୍ମାନ ଦେବେନାହିଁ ତେବେ ଗଣତନ୍ତ୍ର କେମିତି ତିଷ୍ଟିବ ବୋଲି ପ୍ରଶ୍ନ କଲେ ଜୟ ନାରାୟଣ । ସେ ମୁଖ୍ୟମନ୍ତ୍ରୀଙ୍କ ଦାୟୀତ୍ୱ ହେଉ ବା ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଦାୟୀତ୍ୱ ହେଉ । କୌଣସି ଦାୟୀତ୍ୱକୁ ଠିକ୍ ଭାବେ ନିର୍ବାହ କରୁନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ