Masthead

ସରିଛି ପିପିଲି ଉପ-ନିର୍ବାଚନ

ପିପିଲି(ବଡ଼ ଖବର ବ୍ୟୁରୋ): ସରିଛି ପିପିଲି ଉପ-ନିର୍ବାଚନ । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବାଛିଛନ୍ତି ପିପିଲିବାସୀ । କାହା ମୁଣ୍ଡରେ ହାତୀ ସୁନାକଳସ ଢ଼ାଳିବ ସେ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିଲା । ସେପଟେ ବିଜେପି ନିର୍ବାଚନ ବାଜି ହାତେଇବାର ପ୍ରୟାସ କରୁଥିଲାବେଳେ କଂଗ୍ରେସ ମଧ୍ୟ କଡ଼ା ଟକ୍କର ଦେଇଥିଲା । ହେଲେ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଛି ଶାସକ ଦଳ । ବଡ଼ ବ୍ୟବଧାନରେ ଜିତଛି ବିଜେଡି । । କିଏ ଏହାକୁ ସିମ୍ପାତ୍ତି ଭୋଟର ଆଖ୍ୟା ଦେଉଥିବା ବେଳେ ଆଉ କିଏ ରୁଦ୍ରଙ୍କ ସପକ୍ଷରେ ବାହାରିଥିବାର ଦେଖିବାକୁ ମିଳିଛି । କୁହାଯାଏ ଜୋ ଜିତା ଓହି ସିକନ୍ଧର । ତେଣୁ ଏସବୁ କଥା ଖାତିର ନକରି ବିଜେଡି ନିଜର ବିଜୟ ଉତ୍ସବକୁ ପାଳନ କରିଛି ।

ସେପଟେ ବରିଷ୍ଠ ବିଜେଡିନେତା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଓଡ଼ିଶା ରାଜନୀତି ସରଗରମ ହୋଇ ଉଠିଥିଲା । କିଏ ହେବ ପିପିଲିବାସୀଙ୍କର ସୁଖ ଦୁଃଖର ସାଥୀ ସେନେଇ ଦ୍ୱନ୍ଦ ମଧ୍ୟ ସୃଷ୍ଟି ହୋଇଥିଲା । ଏପରିକି ସ୍ୱର୍ଗତଃ ମହାରଥୀଙ୍କ ପତ୍ନୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ ଏହା ମଧ୍ୟରେ ପିପିଲିବାସୀଙ୍କ ପାଇଁ ତାଙ୍କ ବଡ଼ ପୁଅ ରୁଦ୍ର ମହାରଥୀ ଫିଟ ବୋଲି ସୁପ୍ରିମୋ ଘୋଷଣା କରିଥିଲେ । ଏହା ପରେ ଆରମ୍ଭ ହୋଇଯାଇଥିଲା ରାଜନୈତିକ ଦଳ ମଧ୍ୟରେ ଘମାସାନ ଲଢେଇ । କିନ୍ତୁ ମହାମାରୀ କରୋନା ସମସ୍ତଙ୍କର ଆଶାକୁ ମଉଳାଇ ଦେଇଥିଲା । ମହାମାରୀ ପାଇଁ ଘୁଞ୍ଚିଯାଇଥିଲା ଉପ ନିର୍ବାଚନ । ଏହା ପରେ ପୁଣି ଆରମ୍ଭ ହୋଇଯାଇଥିଲା ପ୍ରଚାର । ହେଲେ ହଠାତ କଂଗ୍ରେସ ସାଂସଦ ପ୍ରଦୀପ ମଙ୍ଗରାଜଙ୍କ ମୃତ୍ୟୁ ଘୋଟିଥିଲା । ଏହା ପରେ ପୁଣି ନିର୍ବାଚନ ତାରିଖ ଘୁଞ୍ଚିଥିଲା ।

ଶେଷରେ ଅକ୍ଟୋବର ୩୦ ତାରିଖରେ ମତଦାନ ହୋଇଥିଲା । ଏବଂ ପିପିଲିବାସୀ ରୁଦ୍ର ମହାରଥୀଙ୍କୁ ନିଜର ନେତା ଭାବରେ ବାଛିଛନ୍ତି । ରେଜଲ୍ଟ ବାହାରିବା ପରେ ପିପିଲି ଉତ୍ସବମୁଖର । ଅନ୍ୟପଟେ ବିଜେପି ନିଜ ହାରକୁ ସହଜରେ ହଜମ କରିପାରି ନାହିଁ । ବିଜେଡି ଓ କଂଗ୍ରେସ ସିମ୍ପାତ୍ତିରେ ଭୋଟ ପାଇଁ ମଇଦାନକୁ ଓହ୍ଲାଇଥିଲେ ଏବଂ ସିମ୍ପାତ୍ତି ପାଇ ରୁଦ୍ର ମହାରଥୀ ଜିତିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । କଡ଼ା ଟକ୍କର ଦେବା ସର୍ତ୍ତେ ବିଜେପି ହାରର ସାମ୍ନା କରିଛି । ସେପଟେ ଉଭୟ ଦଳ ପରସ୍ପରକୁ ଅଟା ବଳାବଳି ହେଉଥିବା ବେଳେ ବିଜେଡି ପୁଣିଥରେ ପିପଲିକୁ ଫେରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ