Masthead

ଶ୍ରୀ ମନ୍ଦିରରେ ଝୁଳଣ ଯାତ୍ରା

ପୁରୀ (ବଡ଼ ଖବର ବ୍ୟୁରୋ):  ଆଜି ଠାରୁ ଶ୍ରୀମନ୍ଦିର ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଶ୍ରାବଣ କୃଷ୍ଣ ପ୍ରତିପଦା ଯାଏଁ ମହାପ୍ରଭୁଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। ।ଏହି ଦିନ ଶ୍ରୀ ଜୀଉ ମାନଙ୍କ ମଧ୍ୟାହ୍ନ ଧୂପ ପରେ ଭିତର ଧୋ ପଖାଳ ହୋଇ ପାଳିଆ ମେକାପ ଘଟୁଆରୀ ଦେଇଥିବା ତିନି ରୂପା ଗିନାରେ ଚନ୍ଦନ ପାଳିଆ ପୁଷ୍ପାଳକଙ୍କୁ ପ୍ରଦାନ କରିଥାନ୍ତି । ଶ୍ରୀଜୀଉଙ୍କ ଝୁଲଣ ବେଶ ହୁଏ । ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣୀ ଘର ପ୍ରାଙ୍ଗଣରେ ଥିବା ଖଟସେଜରେ ବିଜେ କରାଇଥାନ୍ତି। ମଦନମୋହନଙ୍କୁ ମଝିରେ ବିଜେ କରାଇଥାନ୍ତି । ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ମାଳ ମଦନମୋହନଙ୍କୁ ଓ ଉତ୍ତର ଭୁଜରୁ ଆସିଥିବା ମାଳ ଶ୍ରୀଦେବୀ ଏବଂ ଭୂଦେବୀଙ୍କୁ ପ୍ରଦାନ କରାଯାଇଥାଏ । ପରେ ମହାଜନ ସେବକ ତିନି ଚଳନ୍ତି ବିଗ୍ରହଙ୍କୁ ହାତରେ ନେଇ ଝୁଲଣ ମଣ୍ଡପରେ ବିଜେ କରାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ