ସାମ୍ବାଦିକ ନିଖିଲ୍‌ ୱାଗ୍‌ଲେଙ୍କ କାର୍‌ ଉପରେ ଆକ୍ରମଣ କଲେ ବିଜେପି କର୍ମୀ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ପୁଣେରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଖଣ୍ଡୋଜୀ ବାବା ଚୌକ୍‌ଠାରେ ସାମ୍ବାଦିକ ନିଖିଲ୍‌ ୱାଗ୍‌ଲେଙ୍କ କାର୍‌ ଉପରେ ବିଜେପି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବର୍ଷୀୟାନ୍‌ ବିଜେପି ନେତା ଲାଲ୍‌କୃଷ୍ଣ ଆଡ଼ୱାଣୀଙ୍କୁ ଭାରତ ରତ୍ନ ସମ୍ମାନ ମିଳିବ ବୋଲି ଘୋଷଣା କରାଯିବା ପରେ ନିଖିଲ୍‌ ୱାଗ୍‌ଲେ ଆଡ୍‌ୱାଣୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଦେଇଥିବା ଟିପ୍ପଣୀକୁ ବିରୋଧ କରି ବିଜେପି କର୍ମୀମାନେ ପ୍ରତିବାଦ ଚଳାଇଥିଲେ। ଆକ୍ରମଣରେ ନିଖିଲଙ୍କ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୂରା କାଳି ମାଡ଼ରେ ଏହା ନଷ୍ଟ ହୋଇଯାଇଥିବା ଭିଡିଓ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଭେଟରାନ ଏଲକେ ଆଡଭାନୀଙ୍କ ସମ୍ପର୍କରେ ନିଖିଲ ମତ ରଖିଥିଲେ।

ଏହାକୁ ବିରୋଧ କରି ବିଜେପି କର୍ମୀମାନେ ଦାଦାଗିରି କରିଛନ୍ତି। ନିଖିଲଙ୍କ କାର ଉପରେ ଆକ୍ରମଣ ହୋଇଥିଲେ ମଧ୍ୟ ସେ ପୁଣେରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିସହ ନିଜର ଆକ୍ରମଣକାରୀଙ୍କୁ କ୍ଷମା କରି ଦେଇଥିବା ଉକ୍ତ କାର୍ଯ୍ୟକ୍ରମରେ କହିଥିଲେ।ସେ କହିଛନ୍ତି, “ମୋତେ ଯେଉଁମାନେ ସବୁ ଆକ୍ରମଣ କରିଛନ୍ତି, ସେମାନଙ୍କୁ ମୁଁ କ୍ଷମା କରି ଦେଇଛି। ପୂର୍ବରୁ ମୋ ଉପରେ ୬ଥର ଆକ୍ରମଣ ହୋଇଥିଲା। ଏହାକୁ ମିଶାଇ ୭ମ ଥର ପାଇଁ ଆକ୍ରମଣର ଶିକାର ହୋଇଛି। ଶିବାଜୀ ମହାରାଜଙ୍କ ଠାରୁ ଆରମ୍ଭ କରି ଶାହୁଜୀ ମହରାଜ ଓ ଡ ବାବାସାହେବ ଆମ୍ବେଦକରଙ୍କ ଯାଏ ସମସ୍ତେ ଆମର ପରମ୍ପରାର ଅଂଶ ବିଶେଷ।

ଆମର ପରମ୍ପରା ହେଲା ସନ୍ଥ। ଆସନ୍ତା ନିର୍ବାଚନରେ ମହାରାଷ୍ଟ୍ରରେ ଲୋକମାନେ ମହାବିକାଶ ଅଘାଡ଼ି ଦଳକୁ ଭୋଟ ଦିଅନ୍ତୁ ବୋଲି ନିଖିଲ ୱାଗଲେ ଖୋଲାଖୋଲି ସମସ୍ତଙ୍କୁ କହିଛନ୍ତି। ଆକ୍ରମଣ ପୂର୍ବରୁ ବିଜେପି ନେତା ସୁନୀଲ ଦେଓଧର ସାମ୍ବାଦିକ ନିଖିଲଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ନିଖିଲ ୱାଗଲେଙ୍କ ବିରୋଧରେ ଧାରା ୧୫୩ଏ, ୫୦୦ ଓ ୫୦୫ ଦଫାରେ ଗୋଟିଏ ମାମଲା ରୁଜୁ କରିଥିଲା। ବିଶରମବଗ ପୁଲିସ୍‌ ଷ୍ଟେସନରେ ମାମଲା ରୁଜୁ ହୋଇଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି