ସାମ୍ବାଦିକ ନିଖିଲ୍‌ ୱାଗ୍‌ଲେଙ୍କ କାର୍‌ ଉପରେ ଆକ୍ରମଣ କଲେ ବିଜେପି କର୍ମୀ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ପୁଣେରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଖଣ୍ଡୋଜୀ ବାବା ଚୌକ୍‌ଠାରେ ସାମ୍ବାଦିକ ନିଖିଲ୍‌ ୱାଗ୍‌ଲେଙ୍କ କାର୍‌ ଉପରେ ବିଜେପି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବର୍ଷୀୟାନ୍‌ ବିଜେପି ନେତା ଲାଲ୍‌କୃଷ୍ଣ ଆଡ଼ୱାଣୀଙ୍କୁ ଭାରତ ରତ୍ନ ସମ୍ମାନ ମିଳିବ ବୋଲି ଘୋଷଣା କରାଯିବା ପରେ ନିଖିଲ୍‌ ୱାଗ୍‌ଲେ ଆଡ୍‌ୱାଣୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଦେଇଥିବା ଟିପ୍ପଣୀକୁ ବିରୋଧ କରି ବିଜେପି କର୍ମୀମାନେ ପ୍ରତିବାଦ ଚଳାଇଥିଲେ। ଆକ୍ରମଣରେ ନିଖିଲଙ୍କ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୂରା କାଳି ମାଡ଼ରେ ଏହା ନଷ୍ଟ ହୋଇଯାଇଥିବା ଭିଡିଓ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଭେଟରାନ ଏଲକେ ଆଡଭାନୀଙ୍କ ସମ୍ପର୍କରେ ନିଖିଲ ମତ ରଖିଥିଲେ।

ଏହାକୁ ବିରୋଧ କରି ବିଜେପି କର୍ମୀମାନେ ଦାଦାଗିରି କରିଛନ୍ତି। ନିଖିଲଙ୍କ କାର ଉପରେ ଆକ୍ରମଣ ହୋଇଥିଲେ ମଧ୍ୟ ସେ ପୁଣେରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିସହ ନିଜର ଆକ୍ରମଣକାରୀଙ୍କୁ କ୍ଷମା କରି ଦେଇଥିବା ଉକ୍ତ କାର୍ଯ୍ୟକ୍ରମରେ କହିଥିଲେ।ସେ କହିଛନ୍ତି, “ମୋତେ ଯେଉଁମାନେ ସବୁ ଆକ୍ରମଣ କରିଛନ୍ତି, ସେମାନଙ୍କୁ ମୁଁ କ୍ଷମା କରି ଦେଇଛି। ପୂର୍ବରୁ ମୋ ଉପରେ ୬ଥର ଆକ୍ରମଣ ହୋଇଥିଲା। ଏହାକୁ ମିଶାଇ ୭ମ ଥର ପାଇଁ ଆକ୍ରମଣର ଶିକାର ହୋଇଛି। ଶିବାଜୀ ମହାରାଜଙ୍କ ଠାରୁ ଆରମ୍ଭ କରି ଶାହୁଜୀ ମହରାଜ ଓ ଡ ବାବାସାହେବ ଆମ୍ବେଦକରଙ୍କ ଯାଏ ସମସ୍ତେ ଆମର ପରମ୍ପରାର ଅଂଶ ବିଶେଷ।

ଆମର ପରମ୍ପରା ହେଲା ସନ୍ଥ। ଆସନ୍ତା ନିର୍ବାଚନରେ ମହାରାଷ୍ଟ୍ରରେ ଲୋକମାନେ ମହାବିକାଶ ଅଘାଡ଼ି ଦଳକୁ ଭୋଟ ଦିଅନ୍ତୁ ବୋଲି ନିଖିଲ ୱାଗଲେ ଖୋଲାଖୋଲି ସମସ୍ତଙ୍କୁ କହିଛନ୍ତି। ଆକ୍ରମଣ ପୂର୍ବରୁ ବିଜେପି ନେତା ସୁନୀଲ ଦେଓଧର ସାମ୍ବାଦିକ ନିଖିଲଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ନିଖିଲ ୱାଗଲେଙ୍କ ବିରୋଧରେ ଧାରା ୧୫୩ଏ, ୫୦୦ ଓ ୫୦୫ ଦଫାରେ ଗୋଟିଏ ମାମଲା ରୁଜୁ କରିଥିଲା। ବିଶରମବଗ ପୁଲିସ୍‌ ଷ୍ଟେସନରେ ମାମଲା ରୁଜୁ ହୋଇଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ