Before Header

ଜୁନ ଦେଉଛି ଆଶ୍ୱସ୍ତି, ରାଜ୍ୟରେ କମୁଛି ସଂକ୍ରମଣ

0 28

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜୁନରେ ରାଜ୍ୟରେ ଧୀରେ ଧୀରେ ଆଶ୍ୱସ୍ତି ଦେଖାଦେଇଛି । ରାଜ୍ୟରେ କମିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାମଧ୍ୟରେ ରାଜ୍ୟରେ ୬ହଜାର ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୩୧ହଜାର ୧୨୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩ହଜାର୩୯୭ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ହୋଇଥିବା ବେଳେ ୨୬୨୨ଟି ଲୋକାଲ୍‌ କେସ୍‌ ରହିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୩୫ଜଣ, ବାଲେଶ୍ୱର ଜିଲ୍ଲାରୁ ୨୮୬ଜଣ, ବରଗଡ଼ ଜିଲ୍ଲାରୁ ୧୨୨ଜଣ, ଭଦ୍ରକ ଜିଲ୍ଲାରୁ ୨୬୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୬ଜଣ, ବୌଦ୍ଧ ଜିଲ୍ଲାରୁ ୭୯ଜଣ, କଟକ ଜିଲ୍ଲାରୁ ୫୩୧ଜଣ, ଦେଓଗଡ଼ ଜିଲ୍ଲାରୁ ୨୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୯୧ଜଣ, ଗଜପତି ଜିଲ୍ଲାରୁ ୩୪ଜଣ, ଗଞ୍ଜାମ ଜିଲ୍ଲାରୁ ୭୩ଜଣ, ଜଗତସିଂହପୁର ଜିଲ୍ଲାରୁ ୧୯୬ଜଣ, ଯାଜପୁର ଜିଲ୍ଲାରୁ ୪୦୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୧ଜଣ, କଳାହାଣ୍ଡି ଜିଲ୍ଲାରୁ ୭୦ଜଣ, କନ୍ଧମାଳ ଜିଲ୍ଲାରୁ ୭୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୧୮ଜଣ।

କେନ୍ଦୁଝର ଜିଲ୍ଲାରୁ ୧୨୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୯୬ଜଣ, କୋରାପୁଟ ଜିଲ୍ଲାରୁ ୧୪୨ଜଣ, ମାଲକାନଗିରି ଜିଲ୍ଲାରୁ ୮୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୩୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫୧ଜଣ, ନୟାଗଡ଼ ଜିଲ୍ଲାରୁ ୧୯୧ଜଣ, ନୂଆପଡ଼ା ଜିଲ୍ଲାରୁ ୨୩ଜଣ, ପୁରୀ ଜିଲ୍ଲାରୁ ୩୨୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୦୮ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୧ଜଣ, ସୋନପୁର ଜିଲ୍ଲାରୁ ୬୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୮୩ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୫୭ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୩୧୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୩୧୨ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୫୬୬୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୨୮୭୯୬୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.