Masthead

ଖଣି ଖନନ ଜନଶୁଣାଣିକୁ ବିରୋଧ

ଲକ୍ଷ୍ମୀପୁର(ବଡ଼ ଖବର ବ୍ୟୁରୋ): ମାଳି ପର୍ବତରେ ଖଣି ଖନନ ପାଇଁ ଆୟୋଜିତ ଜନଶୁଣାଣିକୁ ତୀବ୍ର ବିରୋଧ । ଅଧିକାରୀଙ୍କୁ ଆକ୍ରମଣ ସହ ଚେୟାର ଭାଙ୍ଗିଲେ ମାଳି ସୁରକ୍ଷା ସମିତିର ସଦସ୍ୟ । ମାଳି ପର୍ବତରେ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ସେମିଳିଗୁଡା ବ୍ଲକ କଙ୍କଡାଆମ୍ବଠାରେ ଆୟୋଜିତ ଜନଶୁଣାଣୀକୁ ମାଳି ପର୍ବତ ସୁରକ୍ଷା ମଞ୍ଚ ତରଫରୁ ତୀବ୍ର ବିରୋଧ କରାଯାଇଥିଲା। ହଜାର ହଜାର ପୁରୁଷ ଓ ମହିଳା ମାନେ ପୋଲିସ ସହ ଧସ୍ତାଧସ୍ତି କରି ମଞ୍ଚ ସ୍ଥଳକୁ ଧସେଇ ପଶି ଚେୟାର ସବୁ ଭାଙ୍ଗି ଦେଇଥିଲେ।

ଉପସ୍ଥିତ ଅଧିକାରୀ ମାନଙ୍କୁ ଆକ୍ରମଣ କରିବା ଫଳରେ ୩/୪ ଜଣ ଆହତ ହେବା ସହ ଅଧିକାରୀ ମାନେ ଘଟଣା ସ୍ଥଳରୁ ଦଉଡ଼ି ପଳାଇଥିଲେ। ସୂଚନା ଅନୁସାରେ ଜନଶୁଣାଣି କାର୍ଯ୍ୟ ୧୧ ଘଣ୍ଟା ବେଳେ ଆରମ୍ଭ ହେବାକୁ ସୂଚନା ଦିଆଯାଇଥିବା ବେଳେ ଏହା ସକାଳ ୯ ଘଣ୍ଟା ବେଳେ ମୈତ୍ରୀ କମ୍ପାନୀ ତରଫରୁ କିଛି ଲୋକଙ୍କୁ ଟଙ୍କା ଦେଇ ତା ସପକ୍ଷ ନେଇ ଆରମ୍ଭ କରିଥିଲେ । ମାଳି ସୁରକ୍ଷା ସମିତିର ହଜାର ହଜାର ଲୋକେ ପଶି ଏଠାରୁ ଛାଡ଼ିଯିବା ପାଇଁ ଦାବି କରିଥିଲେ ।

କିନ୍ତୁ ସପକ୍ଷବାଦୀ ମାନେ ମାଳି ସୁରକ୍ଷା ସମିତିର ଲୋକ ମାନଙ୍କୁ ଘଟଣା ସ୍ଥଳକୁ ଛଡାନଯିବା ତାଗିଦ କରିବାରୁ ମାଳି ପର୍ବତ ସୁରକ୍ଷା ମଞ୍ଚର ସଦସ୍ୟ ମାନେ ଉତକ୍ଷିପ୍ତ ହୋଇ ଘଟଣା ସ୍ଥଳକୁ ଧସେଇ ପଶିଥିଲେ । ଫଳରେ ସୁରକ୍ଷା ସମିତିର ସଦସ୍ୟଙ୍କ ବିରୋଧ ଯୋଗୁଁ ଜନଶୁଣାଣୀ କାର୍ଯ୍ୟ ହୋଇପାରି ନ ଥିଲା। ଆଗାମୀ ଦିନରେ ଯଦି ଖଣି ଖନନ ପାଇଁ ଉଦ୍ୟମ କରାଯାଏ ତେବେ ଜୋରଦାର ଆନ୍ଦୋଳନ ସହ ଥାନା ଘେରାଉ ହେବ ବୋଲି କହିଛନ୍ତି ମାଳି ସୁରକ୍ଷା ସମିତିର ସଭାପତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା