Masthead

ପ୍ରବଳ ଖରା ସହ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ ତା’ଠାରୁ ଅଧିକ ରହିଥିଲା। ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ଏବଂ ୧୫ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ କାଳବୈଶାଖୀ ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାରେ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ଉପକୂଳ ଅଞ୍ଚଳରେ ଗୁଳୁଗୁଳି ଅବସ୍ଥା ଜାରି ରହିଛି । ଆର୍ଦ୍ରତାର ମାତ୍ରା ଅଧିକ ଥିବାରୁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି । ଘର ଭିତରେ ମଧ୍ୟ ଗରମର ପ୍ରଭାବ ଅନୁଭୂତ ହେଉଥିବାରୁ ଦୈନିକ ଜୀବନ ଉପରେ ବଡ଼ ପ୍ରଭାବ ପଡ଼ିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବାକୁ ଆହୁରି ୪ ରୁ ୫ ଦିନ ସମୟ ଲାଗିପାରେ । ମୌସୁମୀ ପ୍ରବେଶ ପରେ ମାତ୍ରାତ୍ମକ ବର୍ଷା ହେବା ସହ ତାପମାତ୍ରାରେ ହ୍ରାସ ଆସିବାର ଆଶା ରହିଛି । ଏବେ ସମଗ୍ର ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳିର ପରିସ୍ଥିତି ଜାରି ରହିଥିବାରୁ ଲୋକଙ୍କୁ ସାବଧାନ ରହିବା ସହ ପର୍ଯ୍ୟାପ୍ତ ପାଣି ପିଇବା, ସିଧା ଖରାରୁ ବଞ୍ଚିବା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ନେବା ପାଇଁ ପରାମର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୫ ଆଇପିଏସ୍‌ଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ 🔴 ପ୍ରବଳ ଖରା ସହ କାଳବୈଶାଖୀ ସମ୍ଭାବନା 🔴 ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶଦ୍ଦ 🔴 ରାଜଧାନୀରେ ପୁଣି ଲଜ୍ଜା : ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ 🔴 ‘ଧାମ’ପାଇଁ ଶୁଭେନ୍ଧୁଙ୍କୁ ମୋହନଙ୍କ ଚିଠି “ଜଗନ୍ନାଥ ଧାମ” ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଲେଖିବାକୁ ପ୍ରସ୍ତାବ 🔴 ୧୨ବର୍ଷରେ ପାଦ ଥାପିଛନ୍ତି ମୋଦି ସରକାର ମୋଦିଙ୍କ ଐତିହାସିକ ୧୨ବର୍ଷ ପୂର୍ତ୍ତି 🔴 ବନଖଣ୍ଡରେ ମୃତଦେହ ମିଳିବା ଘଟଣା, କଲରାପତରିଆ ବାଘ ମାରିଥିବା କହିଲା ବନବିଭାଗ 🔴 POKରେ ହିଂସା, ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ଼ 🔴 ୨ରୁ ୩ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ 🔴 ଭୂମିକମ୍ପରେ ଥରିଲା ଫିଲିପାଇନ୍ସ 🔴 ୧୫ ଆଇପିଏସ୍‌ଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ 🔴 ପ୍ରବଳ ଖରା ସହ କାଳବୈଶାଖୀ ସମ୍ଭାବନା 🔴 ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶଦ୍ଦ 🔴 ରାଜଧାନୀରେ ପୁଣି ଲଜ୍ଜା : ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ 🔴 ‘ଧାମ’ପାଇଁ ଶୁଭେନ୍ଧୁଙ୍କୁ ମୋହନଙ୍କ ଚିଠି “ଜଗନ୍ନାଥ ଧାମ” ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଲେଖିବାକୁ ପ୍ରସ୍ତାବ 🔴 ୧୨ବର୍ଷରେ ପାଦ ଥାପିଛନ୍ତି ମୋଦି ସରକାର ମୋଦିଙ୍କ ଐତିହାସିକ ୧୨ବର୍ଷ ପୂର୍ତ୍ତି 🔴 ବନଖଣ୍ଡରେ ମୃତଦେହ ମିଳିବା ଘଟଣା, କଲରାପତରିଆ ବାଘ ମାରିଥିବା କହିଲା ବନବିଭାଗ 🔴 POKରେ ହିଂସା, ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ଼ 🔴 ୨ରୁ ୩ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ 🔴 ଭୂମିକମ୍ପରେ ଥରିଲା ଫିଲିପାଇନ୍ସ