Masthead

ଥରେ କି ଦୁଇଥର ନୁହେଁ ବରଂ ହଜାରେ ଥର ଜଗଦୀପଙ୍କ ମଜା ଉଡାଇବି : କଲ୍ୟାଣ ବାନାର୍ଜୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମଜା ଉଡାଇ ବିବାଦରେ ଏଯାଏ ଅନ୍ତ ହେବାକୁ ଲାଗୁନ୍ତି । ପୁଣି ଥରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ବିବାଦରେ ଛନ୍ଦି ହୋଇପଡିଥିବା ଟିଏମସି ଏମ୍‌ପି କଲ୍ୟାଣ ବାନାର୍ଜୀ । କଲ୍ୟାଣ କହିଛନ୍ତି ଥରେ କି ଦୁଇଥର ନୁହେଁ ବରଂ ହଜାରେ ଥର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମଜା ଉଡାଇବି। ଏଥିପାଇଁ ମୋତେ ଜେଲରେ ରଖିପାରିବ। ମୋତେ ମାରି ପାରିବେ, କିନ୍ତୁ ଲଢେଇ ବନ୍ଦ ହେବ ନାହିଁ । କଲ୍ୟାଣ ବାନାର୍ଜୀ କଲ୍ୟାଣ କହିଛନ୍ତି, ଶ୍ରୀରାମପୁରରେ ଅନେକ ଶିକ୍ଷିତ ଲୋକ ଅଛନ୍ତି।

ପ୍ରକୃତରେ କଳା ଜାଣିଥିବା ଲୋକ ଥଟ୍ଟା କ’ଣ ଜାଣନ୍ତି। ଏହାକୁ ବୁଝିବାର ବିରୋଧୀ ଦଳର ନେତାଙ୍କର ସାମର୍ଥ୍ୟ ନାହିଁ। ଶ୍ରୀରାମପୁରରେ ଏକ ବୈଠକରେ ଏହା କହିଛନ୍ତି କଲ୍ୟାଣ ବାନାର୍ଜୀ । ନିକଟରେ ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀ ଏମ୍‌ପିମାନେ ସଂସଦର ସୁରକ୍ଷା କ୍ଷେତ୍ରରେ ଅବହେଳା ପ୍ରସଙ୍ଗରେ ଗୃହରେ ହଙ୍ଗାମା ସୃଷ୍ଟି କରିଥିଲେ। ଏଥିରେ ବିରୋଧୀ ଏମ୍‌ପିମାନେ ସଂସଦର ଉଭୟ ଗୃହରୁ ନିଲମ୍ବିତ ହୋଇଥିଲେ। ସଂସଦ ଗୃହରେ ବିରୋଧୀ ଦଳର ନେତାମାନେ ଏହାକୁ ବିରୋଧ କରିଥିଲେ। ଏହି ପ୍ରତିବାଦ ସମୟରେ ଟିଏମସି ଏମ୍‌ପି କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ପରିହାସ କରିଥିଲେ ଏବଂ ତାଙ୍କ ମିମିକ୍ରି କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି