Masthead

ଥରେ କି ଦୁଇଥର ନୁହେଁ ବରଂ ହଜାରେ ଥର ଜଗଦୀପଙ୍କ ମଜା ଉଡାଇବି : କଲ୍ୟାଣ ବାନାର୍ଜୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମଜା ଉଡାଇ ବିବାଦରେ ଏଯାଏ ଅନ୍ତ ହେବାକୁ ଲାଗୁନ୍ତି । ପୁଣି ଥରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ବିବାଦରେ ଛନ୍ଦି ହୋଇପଡିଥିବା ଟିଏମସି ଏମ୍‌ପି କଲ୍ୟାଣ ବାନାର୍ଜୀ । କଲ୍ୟାଣ କହିଛନ୍ତି ଥରେ କି ଦୁଇଥର ନୁହେଁ ବରଂ ହଜାରେ ଥର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମଜା ଉଡାଇବି। ଏଥିପାଇଁ ମୋତେ ଜେଲରେ ରଖିପାରିବ। ମୋତେ ମାରି ପାରିବେ, କିନ୍ତୁ ଲଢେଇ ବନ୍ଦ ହେବ ନାହିଁ । କଲ୍ୟାଣ ବାନାର୍ଜୀ କଲ୍ୟାଣ କହିଛନ୍ତି, ଶ୍ରୀରାମପୁରରେ ଅନେକ ଶିକ୍ଷିତ ଲୋକ ଅଛନ୍ତି।

ପ୍ରକୃତରେ କଳା ଜାଣିଥିବା ଲୋକ ଥଟ୍ଟା କ’ଣ ଜାଣନ୍ତି। ଏହାକୁ ବୁଝିବାର ବିରୋଧୀ ଦଳର ନେତାଙ୍କର ସାମର୍ଥ୍ୟ ନାହିଁ। ଶ୍ରୀରାମପୁରରେ ଏକ ବୈଠକରେ ଏହା କହିଛନ୍ତି କଲ୍ୟାଣ ବାନାର୍ଜୀ । ନିକଟରେ ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀ ଏମ୍‌ପିମାନେ ସଂସଦର ସୁରକ୍ଷା କ୍ଷେତ୍ରରେ ଅବହେଳା ପ୍ରସଙ୍ଗରେ ଗୃହରେ ହଙ୍ଗାମା ସୃଷ୍ଟି କରିଥିଲେ। ଏଥିରେ ବିରୋଧୀ ଏମ୍‌ପିମାନେ ସଂସଦର ଉଭୟ ଗୃହରୁ ନିଲମ୍ବିତ ହୋଇଥିଲେ। ସଂସଦ ଗୃହରେ ବିରୋଧୀ ଦଳର ନେତାମାନେ ଏହାକୁ ବିରୋଧ କରିଥିଲେ। ଏହି ପ୍ରତିବାଦ ସମୟରେ ଟିଏମସି ଏମ୍‌ପି କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ପରିହାସ କରିଥିଲେ ଏବଂ ତାଙ୍କ ମିମିକ୍ରି କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ