କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): ଆଜି ଦିନକ ପାଇଁ ବସ କଣ୍ଡକ୍ଟର ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ବସରେ କାଟିବେ ଟିକେଟ । ସରକାରୀ ବସରେ ମହିଳାମାନଙ୍କୁ ମାଗଣା ଯାତ୍ରା ଲାଗି ଗତ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ଆଉ ସେହି ପ୍ରତିଶ୍ରୁତି ପୂରଣ ପାଇଁ ଆଜି ସିଦ୍ଧରମୈୟା ବସ୍ ଭିତରେ ମହିଳା ଯାତ୍ରୀଙ୍କୁ ଦେବେ ମାଗଣା ଟିକେଟ ।
ଆଜି ‘ଶକ୍ତି ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି ସିଦ୍ଧରମୈୟା ।କାର୍ଯ୍ୟକ୍ରମ ଅନୁସାରେ ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁ ମେଟ୍ରୋ ପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ ବସରେ ଯାତ୍ରା କରିବେ । ମହିଳା ଯାତ୍ରୀଙ୍କୁ ମାଗଣା ଟିକେଟ ପ୍ରଦାନ କରିବେ । ସେପଟେ ନିଜ ନିଜ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକମାନେ ଏହି ଯୋଜନାର ଶୁଭାରମ୍ଭ କରିବେ ।