Masthead

ପ୍ଲାଜମା ଦାନ କଲେ ‘ବଡ଼ ଖବର’ ପ୍ରତିନିଧି

ରାଉରକେଲା, (ବଡ଼ ଖବର ବ୍ୟୁରୋ): ‘ବଡ଼ ଖବର’ ସାଟେଲାଇଟ୍ ଚ୍ୟାନେଲ ହେବ ଲୋକଙ୍କ ସ୍ୱର। ଏହାର ପ୍ରତ୍ୟେକ ସଦସ୍ୟ କେବଳ ଖବର ସଂଗ୍ରହରେ ମାତି ନ ଥାନ୍ତି। ସେମାନେ ଲୋକଙ୍କ ସମସ୍ୟା ପ୍ରଶାସନିକ କ୍ଷେତ୍ରରେ ସମାଧାନ ପାଇଁ ଉଦ୍ୟମ କରିଥାନ୍ତି। ଏହା ସହ ସାମାଜିକ ଦାୟିତ୍ୱବୋଧ ବଡ଼ ଖବରର ପ୍ରତିଟି ପ୍ରତିନିଧିଙ୍କର ରହିଛି। ଆପଦ ବିପଦରେ ଏହି ପ୍ରତିନିଧିମାନେ ଦୃଢ଼ତାର ସହ ଠିଆ ହୋଇପାରନ୍ତି। ଏହାର ନିଚ୍ଛକ ଉଦାହରଣ ହେଉଛି ବଡ଼ ଖବରର ପ୍ରତିନିଧି ପ୍ଲାଜମାନ ଦାନ କରିବା।

ରାଉରକେଲାର ବଡ଼ ଖବର ପ୍ରତିନିଧି ସନ୍ତୋଷ କୁମାର ବିଶ୍ୱାଳ ତାଙ୍କର ଆଣ୍ଟି ବଡି ଟେଷ୍ଟ କରିଥିଲେ। ପରୀକ୍ଷାରୁ ଜଣାପଡ଼ିଥିଲା ୧୧୦ ପ୍ରତିଶତ ଆଣ୍ଟି ବଡି ତାଙ୍କ ଦେହରେ ଅଛି। କରୋନାରେ ସଂକ୍ରମିତ ହୋଇ ଗୁରୁତର ଥିବା ରୋଗୀଙ୍କୁ ପ୍ଲାଜମା ଦାନ କରି ସେମାନଙ୍କୁ ସୁସ୍ଥ କରିବା ପାଇଁ ସନ୍ତୋଷ ନିଷ୍ପତ୍ତି ନେଇଥିଲେ ଆଉ ପହଞ୍ଚିଥିଲେ ଇସ୍ପାତ ଜେନେରାଲ ହସ୍ପିଟାଲରେ। ସ୍ୱଇଚ୍ଛାରେ ପ୍ଲାଜମା ଦାନ କରିବା ପାଇଁ ଡାକ୍ତରଙ୍କୁ କହିଥିଲେ। ସେୟା ହିଁ ହେଲା। ତାଙ୍କଠାରୁ ଡାକ୍ତର ପ୍ଲାଜମା ସଂଗ୍ରହ କରି ଦୁଇ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କରାଇଥିଲେ। ସେମାନେ ସୁସ୍ଥ ହୋଇ ଘରକୁ ଫେରିଲେଣି। ସନ୍ତୋଷ କେବଳ ପ୍ଲାଜମା ଦାନ କରିନାହାନ୍ତି ଅନ୍ୟମାନଙ୍କୁ ପ୍ରବର୍ତ୍ତାଇ ୮ ପ୍ଲାଜମା ଦାନ କରାଇଛନ୍ତି। ସନ୍ତୋଷଙ୍କର ଏହି ମହନୀୟତାକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ