ପ୍ଲାଜମା ଦାନ କଲେ ‘ବଡ଼ ଖବର’ ପ୍ରତିନିଧି

ରାଉରକେଲା, (ବଡ଼ ଖବର ବ୍ୟୁରୋ): ‘ବଡ଼ ଖବର’ ସାଟେଲାଇଟ୍ ଚ୍ୟାନେଲ ହେବ ଲୋକଙ୍କ ସ୍ୱର। ଏହାର ପ୍ରତ୍ୟେକ ସଦସ୍ୟ କେବଳ ଖବର ସଂଗ୍ରହରେ ମାତି ନ ଥାନ୍ତି। ସେମାନେ ଲୋକଙ୍କ ସମସ୍ୟା ପ୍ରଶାସନିକ କ୍ଷେତ୍ରରେ ସମାଧାନ ପାଇଁ ଉଦ୍ୟମ କରିଥାନ୍ତି। ଏହା ସହ ସାମାଜିକ ଦାୟିତ୍ୱବୋଧ ବଡ଼ ଖବରର ପ୍ରତିଟି ପ୍ରତିନିଧିଙ୍କର ରହିଛି। ଆପଦ ବିପଦରେ ଏହି ପ୍ରତିନିଧିମାନେ ଦୃଢ଼ତାର ସହ ଠିଆ ହୋଇପାରନ୍ତି। ଏହାର ନିଚ୍ଛକ ଉଦାହରଣ ହେଉଛି ବଡ଼ ଖବରର ପ୍ରତିନିଧି ପ୍ଲାଜମାନ ଦାନ କରିବା।

ରାଉରକେଲାର ବଡ଼ ଖବର ପ୍ରତିନିଧି ସନ୍ତୋଷ କୁମାର ବିଶ୍ୱାଳ ତାଙ୍କର ଆଣ୍ଟି ବଡି ଟେଷ୍ଟ କରିଥିଲେ। ପରୀକ୍ଷାରୁ ଜଣାପଡ଼ିଥିଲା ୧୧୦ ପ୍ରତିଶତ ଆଣ୍ଟି ବଡି ତାଙ୍କ ଦେହରେ ଅଛି। କରୋନାରେ ସଂକ୍ରମିତ ହୋଇ ଗୁରୁତର ଥିବା ରୋଗୀଙ୍କୁ ପ୍ଲାଜମା ଦାନ କରି ସେମାନଙ୍କୁ ସୁସ୍ଥ କରିବା ପାଇଁ ସନ୍ତୋଷ ନିଷ୍ପତ୍ତି ନେଇଥିଲେ ଆଉ ପହଞ୍ଚିଥିଲେ ଇସ୍ପାତ ଜେନେରାଲ ହସ୍ପିଟାଲରେ। ସ୍ୱଇଚ୍ଛାରେ ପ୍ଲାଜମା ଦାନ କରିବା ପାଇଁ ଡାକ୍ତରଙ୍କୁ କହିଥିଲେ। ସେୟା ହିଁ ହେଲା। ତାଙ୍କଠାରୁ ଡାକ୍ତର ପ୍ଲାଜମା ସଂଗ୍ରହ କରି ଦୁଇ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କରାଇଥିଲେ। ସେମାନେ ସୁସ୍ଥ ହୋଇ ଘରକୁ ଫେରିଲେଣି। ସନ୍ତୋଷ କେବଳ ପ୍ଲାଜମା ଦାନ କରିନାହାନ୍ତି ଅନ୍ୟମାନଙ୍କୁ ପ୍ରବର୍ତ୍ତାଇ ୮ ପ୍ଲାଜମା ଦାନ କରାଇଛନ୍ତି। ସନ୍ତୋଷଙ୍କର ଏହି ମହନୀୟତାକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ