ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ପୁରସ୍କାର ଘୋଷଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ୧୯ ଜଣଙ୍କୁ ମିଳିବ ପୋଲିସ ସେବା ପଦକ । ଉଲ୍ଲେଖନୀୟ ସେବା ପାଇଁ ମିଳିବ ପଦକ । ୨ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର । ସରୋଜ ମଲ୍ଲିକଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର । କନଷ୍ଟେବଳ ସତ୍ୟବାଦୀ ମଲ୍ଲିକଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବ । ୬ ପୋଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ଦିଆଯିବ । ୩ କନଷ୍ଟେବଳ, ୨ ହାବିଲଦାରଙ୍କୁ ମିଳିବ ସାହସିକତା ପୁରସ୍କାର ଦିଆଯିବ । ଜଣେ ସବଇନ୍ସପେକ୍ଟର ପାଇବେ ସାହସିକତା ପୁରସ୍କାର ।

ଅଗ୍ନିଶମ ସେବାରେ ଭମରବର ସେଠୀଙ୍କୁ ରାଷ୍ଟ୍ରପତି ପୁରସ୍କାର । ହୋମଗାର୍ଡ ଓ ସିଭିଲ ଡିଫେନ୍ସରେ ୨ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର । ପ୍ରମୋଦ ରାଉତ ଓ ସୌଭାଗ୍ୟ ପ୍ରଧାନଙ୍କୁ ରାଷ୍ଟ୍ରପତି ପୁରସ୍କାର । ପ୍ରଶଂସନୀୟ ସେବା ପାଇଁ ୧୧ଜଣଙ୍କୁ ମିଳିବ ପୁରସ୍କାର । ସେପଟେ ଗଣତନ୍ତ୍ର ଦିବସରେ ପୁରସ୍କୃତ ହେବେ ୯୪୧ ଯବାନ । ସେମାନଙ୍କୁ ପ୍ରଦାନ କରାଯିବ ବୀରତ୍ୱ ପୁରସ୍କାର । ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ଏବଂ ସଂଶୋଧନ ସେବାର ୯୪୨ ଜଣ କର୍ମଚାରୀଙ୍କୁ ବୀରତ୍ୱ ପୁରସ୍କାର ପ୍ରଦାନ କରାଯିବ।

ଏଥିରେ ୯୫ ଜଣ ସୈନିକଙ୍କୁ ବୀରତ୍ୱ ପଦକ, ୧୦୧ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ, ୭୪୬ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ। ୯୫ଟି ବୀରତ୍ୱ ପୁରସ୍କାର ମଧ୍ୟରୁ ଅଧିକାଂଶ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କୁ ଦିଆଯିବ। ଏଥିରେ ନକ୍ସଲ ଅଞ୍ଚଳର ୨୮ ଜଣ, ଜମ୍ମୁ ଏବଂ କଶ୍ମୀର ଅଞ୍ଚଳର ୨୮ ଜଣ, ଉତ୍ତର-ପୂର୍ବ ଅଞ୍ଚଳର ୦୩ ଜଣ ସୈନିକ ଏବଂ ଅନ୍ୟାନ୍ୟ ଅଞ୍ଚଳର ୩୬ ଜଣ ସୈନିକଙ୍କୁ ସେମାନଙ୍କର ବୀରତ୍ୱପୂର୍ଣ୍ଣ କାର୍ୟ୍ୟ ପାଇଁ ସମ୍ମାନିତ କରାଯାଉଛି। ଏଥିରେ ୭୮ ଜଣ ପୋଲିସ କର୍ମଚାରୀ ଏବଂ ୧୭ ଜଣ ଅଗ୍ନିଶମ ସେବା କର୍ମଚାରୀ ଅନ୍ତର୍ଭୁକ୍ତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି