Masthead

‘ବାଜପେୟୀଙ୍କ ଫଟୋ ରଖି ଭୋଟ୍ ମାଗିବି’

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଲୋକସଭା ଟିକେଟ ଘୋଷଣା ପରେ ବାଲେଶ୍ୱର ରାଜନୀତି ସରଗରମ । ବିଜେପିରେ ରହି ସ୍ଵାଧୀନ ଲଢିବେ ଖାରବେଳ ସ୍ବାଇଁ । ବାଲେଶ୍ୱର ସାଂସଦ ଟିକେଟ ପାଇଁ ଆଶାୟୀ ଥିଲେ ଖାରବେଳ । ଟିକେଟ ନେଇଗଲେ ପ୍ରତାପ ଷଡଙ୍ଗୀ । ଦଳରେ ରହି ପୁଣି ସାଂସଦ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଖାରବେଳ ସ୍ବାଇଁ । ଖାରବେଳ କହିଛନ୍ତି, ବାଜପେୟୀଙ୍କ ଫଟୋ ରଖି ଭୋଟ୍ ମାଗିବେ ।

ବିଜେପିର ବିକାଶ କଥା କହି ଲୋକଙ୍କ ପାଖକୁ ଯିବେ । କିନ୍ତୁ ସେ ଦଳରୁ ଇସ୍ତଫା ଦେବେ ନାହିଁ ବୋଲି ମଧ୍ୟ କହିଛନ୍ତି । ଗତଥର ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ଚଳିତଥର କିନ୍ତୁ ସେ କନ୍ଧମାଳରୁ ଲଢିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ । ଏଥର ବାଲେଶ୍ୱର ଲୋକସଭା ଆସନ ପାଇଁ ଖାରବେଳ ଆଶାୟୀ ଥିଲେ । ଏପରିକି ବାଲେଶ୍ୱରରୁ ଲଢିବାକୁ ଇଚ୍ଛା ଥିବା ନେଇ ଦଳର ନେତୃତ୍ୱଙ୍କୁ ଜଣାଇଥିଲେ । କିନ୍ତୁ ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଖାରବେଳଙ୍କର ନାଁ ନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ