Masthead

ଅନିଶ୍ଚିତତାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ

ବଲାଙ୍ଗୀର(ବଡ଼ ଖବର ): କେବେ ଗଡିବ ଖୋର୍ଦ୍ଧା ବଲାଙ୍ଗୀର ଟ୍ରେନ । ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ପାଇଁ ଚଳିତ ବଜେଟରେ କେନ୍ଦ୍ର ସରକାର ୧୫ ଶହ ୯୯ ହଜାର ଟଙ୍କା ଅନୁଦାନ ଦେଇଛନ୍ତି। ତେବେ ସବୁ ବର୍ଷ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ପ୍ରକଳ୍ପ କାମ ଆଗେଇ ପାରୁ ନାହିଁ। ଯାହାକୁ ନେଇ ସାମ୍ନାକୁ ଆସିଛି ଅସଲ ତଥ୍ୟ । ବଲାଙ୍ଗୀର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ରେଳ ମନ୍ତ୍ରଣାଳୟକୁ ଣ୍ଟ ଏ ବିଷୟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ଯେଉଁଥିରେ ସବୁ ବର୍ଷ ବ୍ୟୟ ବରାଦ ହେଉଥିବା ଟଙ୍କାର ମାତ୍ର ୩୦ ପ୍ରତିଶତ ହେଉଥିବା ବେଳେ ବାକି ଟଙ୍କା ଫେରିଯାଇଥିବା ଜଣାପଡିଛି । ଯେଉଁଥିରେ ଗତ ୨୦୧୬ /୧୭ ବର୍ଷରେ କେନ୍ଦ୍ର ୩୧୦ କୋଟି ଟଙ୍କା ଦେଇଥିଲେ। ହେଲେ ଖର୍ଚ୍ଚ ହୋଇଥିଲା ମାତ୍ର ୨୭୩ କୋଟି ଟଙ୍କା ।

ସହିପରି ୨୦୧୭/୧୮ ବର୍ଷରେ ୬୪୨ କୋଟି ଦିଆ ଯାଇଥିବା ବେଳେ ଖର୍ଚ୍ଚ ହୋଇଥିଲା ୧୫୮ କୋଟି, ୨୦୧୮/୧୯ ମିଳିଥିଲା ୬୨୫ କୋଟି ଏବଂ ଖର୍ଚ୍ଚ ହୋଇଥିଲା ୧୫୪ କୋଟି, ୨୦୧୯/୨୦୨୦ରେ ମିଳିଥିଲା ୩୫୦ କୋଟି ଖର୍ଚ୍ଚ ହୋଇଥିଲା। ସେହିପରି ୨୦୨୦/୨୧ ରେ ୫୧୯ କୋଟି ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଥିଲା ୧୭୦ କୋଟି, ସେହିପରି ୨୦୨୧/୨୨ ସର୍ବାଧିକ ୧୦୦୦ କୋଟି ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଥିଲା ୩୭୧ କୋଟି । ଗତ ବର୍ଷ ମଧ୍ୟ ଏହିଭଳି ୮୯୧ କୋଟି ଟଙ୍କା ମିଳିଥିବା ବେଳେ ୨୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥକୁ ଏଯାବତ ମୋଟ ୪ହଜାର ୬୯୨ କୋଟି ଟଙ୍କା ଦିଆ ଯାଇଥିଲା ହେଲେ ଏ ମଧ୍ୟରୁ ଖର୍ଚ୍ଚ ହୋଇଥିଲା ୨୦୦୩କୋଟି ଟଙ୍କା। କିନ୍ତୁ କୋଟି କୋଟି ଟଙ୍କାର ଅଥ ବ୍ୟୟ ବରାଦ ହେଉଥିଲେ ସୁଦ୍ଧା ପ୍ରକଳ୍ପ ଅନିଶ୍ଚିତତା ଘେରରେ ରହିଆସୁଥିବା ବେଳେ ଏବେବି ପ୍ରକଳ୍ପ ଅପେକ୍ଷାରେ ଅଞ୍ଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା