Masthead

SVC 50ର ସୁଟିଂ ଆରମ୍ଭ କଲେ କିଆରା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଲଡର ଚୁଲବୁଲି ନାୟିକା କିଆରା ଆଡଭାନୀଙ୍କର ଏବେ ବଢି ଯାଇଛି ଡିମାଣ୍ଡ । ଫିଲ୍ମ ‘ଶେରଶାହ’ର ବିଗ୍ ସକ୍ସସେସ୍ ପରେ ତାଙ୍କୁ ଏବେ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମର ଅଫର ମିଳିବାରେ ଲାଗିଛି । ନିକଟରେ ସେ ଚିରଞ୍ଜୀବ ଏବଂ ରାମ ଚରଣଙ୍କ ସହ ଆରମ୍ଭ କରିଛନ୍ତି ତାଙ୍କ ନୂଆ ଫିଲ୍ମ ଏସଭିସି ୫୦ର ସୁଟିଂ, ଯାହାର ନିର୍ଦ୍ଦେଶନା ଦେଉଛନ୍ତି ଶଙ୍କର ।

ତେବେ ଏହି ଫିଲ୍ମର ଲଞ୍ଚିଂ ଇଭେଣ୍ଟରେ ବଲିଉଡ ଆକ୍ଟର ରଣବୀର ସିଂଙ୍କ ଉପସ୍ଥିତି କାଫି ଫ୍ୟାନ୍ସ ମାନଙ୍କୁ ଚକିତ କରିଛି । ଏହା ବ୍ୟତୀତ ନିକଟରେ କିଆରା ଏହି ଲଞ୍ଚ ଇଭେଣ୍ଟର କିଛି ଫଟୋ ସେୟାର କରିଛନ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ । ଯେଉଁଥିରେ ଦେଖିବାକୁ ମିଳିଛି ଯେ ମୁଭିର ଏଣ୍ଟାୟାର ଟିମ୍ ଏବଂ କ୍ରୁ ମେମ୍ବର ବ୍ଲାକ୍ କଲରର କଷ୍ଟ୍ୟୁମରେ ନଜର ଆସିଛନ୍ତି । କିଆରା ଓ ରାମ ଚରଣ ବ୍ଲାକ କଲର ସୁଟ ପିନ୍ଧିଥିବା ବେଳେ ରଣବୀର ସିଂ ମଧ୍ୟ ଏକ ଢାର୍କ କଲର ବ୍ଲେଜରରେ ନଜର ଆସିଥିଲେ । ତେବେ ରାମ ଚରଣ ମଧ୍ୟ ଏହି ମୁଭିର ଏକ ପୋଷ୍ଟର ସେୟାର କରି ନିଜର ନିୟ୍ୟୁ ବିଗିନିଂ ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଥିଲେ ।

ପୂର୍ବରୁ କିଆରା ଏବଂ ରାମ ଚରଣ କିଛି ତେଲୁଗୁ ଫିଲ୍ମରେ ନଜର ଆସି ସାରିଥିବା ବେଳେ ବର୍ତ୍ତମାନ ଦୁହିଁଙ୍କ ଯୋଡି ପୁଣି ଥରେ ବ୍ଲକବଷ୍ଟର ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ସେପଟେ କିଆରା ବି ଏବେ ଖୁବ୍ ପପୁଲାର ହୋଇ ସାରିଲେଣି ଫିଲ୍ମ ଇଣ୍ଡଷ୍ଟ୍ରିରେ । ଏମ୍ ଏସ ଧୋନି, କବିର ସିଂ ପରି ବ୍ଲକବଷ୍ଟର ମୁଭିରେ ଅଭିନୟ କରି ସାରିବା ପରେ ବର୍ତ୍ତମାନ କିଆରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ଶେରଶାହା ବି କାଫି ଟ୍ରେଣ୍ଡରେ ରହିଥିଲା ଓଟିଟି ପ୍ଲାଟଫର୍ମରେ । କହିବାକୁ ଗଲେ ଖୁବ୍ କମ୍ ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍ ସକ୍ସସେସ ପାଇ ସାରିଲେଣି କିଆରା ଏବଂ ଆଗକୁବି ସେ ବି ଟାଉଡନର ଆଗ ଧାଡିର ନାୟିକା ମାନଙ୍କ ଲିଷ୍ଟରେ ସାମିଲ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!