Masthead

SVC 50ର ସୁଟିଂ ଆରମ୍ଭ କଲେ କିଆରା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଲଡର ଚୁଲବୁଲି ନାୟିକା କିଆରା ଆଡଭାନୀଙ୍କର ଏବେ ବଢି ଯାଇଛି ଡିମାଣ୍ଡ । ଫିଲ୍ମ ‘ଶେରଶାହ’ର ବିଗ୍ ସକ୍ସସେସ୍ ପରେ ତାଙ୍କୁ ଏବେ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମର ଅଫର ମିଳିବାରେ ଲାଗିଛି । ନିକଟରେ ସେ ଚିରଞ୍ଜୀବ ଏବଂ ରାମ ଚରଣଙ୍କ ସହ ଆରମ୍ଭ କରିଛନ୍ତି ତାଙ୍କ ନୂଆ ଫିଲ୍ମ ଏସଭିସି ୫୦ର ସୁଟିଂ, ଯାହାର ନିର୍ଦ୍ଦେଶନା ଦେଉଛନ୍ତି ଶଙ୍କର ।

ତେବେ ଏହି ଫିଲ୍ମର ଲଞ୍ଚିଂ ଇଭେଣ୍ଟରେ ବଲିଉଡ ଆକ୍ଟର ରଣବୀର ସିଂଙ୍କ ଉପସ୍ଥିତି କାଫି ଫ୍ୟାନ୍ସ ମାନଙ୍କୁ ଚକିତ କରିଛି । ଏହା ବ୍ୟତୀତ ନିକଟରେ କିଆରା ଏହି ଲଞ୍ଚ ଇଭେଣ୍ଟର କିଛି ଫଟୋ ସେୟାର କରିଛନ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ । ଯେଉଁଥିରେ ଦେଖିବାକୁ ମିଳିଛି ଯେ ମୁଭିର ଏଣ୍ଟାୟାର ଟିମ୍ ଏବଂ କ୍ରୁ ମେମ୍ବର ବ୍ଲାକ୍ କଲରର କଷ୍ଟ୍ୟୁମରେ ନଜର ଆସିଛନ୍ତି । କିଆରା ଓ ରାମ ଚରଣ ବ୍ଲାକ କଲର ସୁଟ ପିନ୍ଧିଥିବା ବେଳେ ରଣବୀର ସିଂ ମଧ୍ୟ ଏକ ଢାର୍କ କଲର ବ୍ଲେଜରରେ ନଜର ଆସିଥିଲେ । ତେବେ ରାମ ଚରଣ ମଧ୍ୟ ଏହି ମୁଭିର ଏକ ପୋଷ୍ଟର ସେୟାର କରି ନିଜର ନିୟ୍ୟୁ ବିଗିନିଂ ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଥିଲେ ।

ପୂର୍ବରୁ କିଆରା ଏବଂ ରାମ ଚରଣ କିଛି ତେଲୁଗୁ ଫିଲ୍ମରେ ନଜର ଆସି ସାରିଥିବା ବେଳେ ବର୍ତ୍ତମାନ ଦୁହିଁଙ୍କ ଯୋଡି ପୁଣି ଥରେ ବ୍ଲକବଷ୍ଟର ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ସେପଟେ କିଆରା ବି ଏବେ ଖୁବ୍ ପପୁଲାର ହୋଇ ସାରିଲେଣି ଫିଲ୍ମ ଇଣ୍ଡଷ୍ଟ୍ରିରେ । ଏମ୍ ଏସ ଧୋନି, କବିର ସିଂ ପରି ବ୍ଲକବଷ୍ଟର ମୁଭିରେ ଅଭିନୟ କରି ସାରିବା ପରେ ବର୍ତ୍ତମାନ କିଆରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ଶେରଶାହା ବି କାଫି ଟ୍ରେଣ୍ଡରେ ରହିଥିଲା ଓଟିଟି ପ୍ଲାଟଫର୍ମରେ । କହିବାକୁ ଗଲେ ଖୁବ୍ କମ୍ ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍ ସକ୍ସସେସ ପାଇ ସାରିଲେଣି କିଆରା ଏବଂ ଆଗକୁବି ସେ ବି ଟାଉଡନର ଆଗ ଧାଡିର ନାୟିକା ମାନଙ୍କ ଲିଷ୍ଟରେ ସାମିଲ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି