ବିପଦ ସଙ୍କୁଳ ଅବସ୍ଥାରେ ପଢୁଛନ୍ତି ଛାତ୍ରଛାତ୍ରୀ

କୋରେଇ (ବଡ଼ ଖବର ବ୍ୟୁରୋ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଫଳକ ମାରି ଭାଙ୍ଗିଦେଲେ ସ୍କୁଲ ଘର । ବିପଦ ସଂକୁଳ ଘରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ତିନୋଟି ଘର । ପୂର୍ବରୁ ଥିବା ବିଜେଡି ସରକାର କରିଥିବା ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସୁଛି । ଏ ହେଉଛି କୋରେଇ ବ୍ଲକ ପଥରପଦା ପଞ୍ଚାୟତ ଓଚିନ୍ଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍କୁଲ ଘର ନିର୍ମାଣ ପାଇଁ ୨୦୨୩/୨୪ ଆର୍ଥିକ ବର୍ଷରେ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ୫ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା ।

ଅନୁଦାନ ଆସିବା ପରେ ପୂର୍ବରୁ ଥିବା ବିଜେଡି ସରକାରର କର୍ମୀମାନେ ସ୍କୁଲ ପରିସରରେ ଥିବା ଏକ ଘରକୁ ଭାଙ୍ଗି ନୂତନ ଘର ନିର୍ମାଣ ପାଇଁ ଫଳକ ମାରିଥିଲେ । ଫଳକରେ ଆରମ୍ଭ ତାରିଖ ଲେଖାଥିଲେ ମଧ୍ୟ ଶେଷ ହେବାର ତାରିଖ ଲେଖା ହୋଇନି । ଇତି ମଧ୍ୟରେ ଦୀର୍ଘମାସ ବିତି ଯାଇଥିଲେ ମଧ୍ୟ ଘର ଆରମ୍ଭ ହୋଇ ପାରିଲା ନାହିଁ । ଯାହା ଫଳରେ ଶ୍ରେଣୀ ଗୃହର ଅଭାବ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବିଭିନ୍ନ ସମସ୍ୟା ହେଉଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ଥିବା ଘରେ ପାଠ ପଢୁଛନ୍ତି ପିଲା ।

ତୁରନ୍ତ ନୂତନ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ରୋଷେଇ ଘରର ଅବସ୍ଥା ନ କହିବା ଭଲ । କାହିଁକି ବିଜେଡିର କର୍ମୀମାନେ ଫଳକ ମାରି ଆରମ୍ଭ କଲେନି ସ୍କୁଲ ନିର୍ମାଣ କାର୍ୟ୍ୟ ତାହା ବଡ ପ୍ରଶ୍ନ । ପୂର୍ବରୁ ଥିବା ବିଜେଡି ସରକାର ଅବହେଳା ପାଇଁ ଆଜି ଏହି ସ୍କୁଲର ଅବସ୍ଥା ଏହିଭଳି । ଏହି ସ୍କୁଲକୁ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଭୟ ଓ ଆଶଙ୍କାରେ । ଏ ସମ୍ପର୍କରେ କୋରେଇ ବିଡିଓଙ୍କ ସହିତ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ବିଜେଡି ପ୍ରୀତି ପାଇଁ ଏହା ଉପରେ ମୁହଁ ଖୋଲିଲେ ନାହିଁ କୋରେଇ ବିଡିଓ ଅଶୋକ କୁମାର ମାଝୀ । ନୂତନ ବିଜେପି ସରକାର ତୁରନ୍ତ ଏହି ସ୍କୁଲ ଉପରେ ଦୃଷ୍ଟି ଦେଇ ଘର କାର୍ୟ୍ୟ ନିର୍ମାଣ କରିବାର ଆବଶ୍ୟକ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ