Masthead

ଆଜି କୋଟିଆ ବିଚାର: ଜାଣନ୍ତୁ ଆନ୍ଧ୍ରର ମିଛ vs ଓଡ଼ିଶାର ସତ

କୋରାପୁଟ (ବଡ଼ ଖବର ବ୍ୟୁରୋ): କୋଟିଆ ପ୍ରସଙ୍ଗରେ ଆନ୍ଧ୍ରର ଚଂଚକତା ଜାରି ରହିଛି । ପ୍ରଥମେ ଦାଦାଗିରି କରି ଓଡିଶା ଗାଁରେ ଭୋଟ୍ କରାଇଲା । ଏବେ ଦଲିଲ୍ ଉପରେ ଆଖି ପକାଇଛି ଆନ୍ଧ୍ର । ଶୁକ୍ରବାର ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗରେ ଶୁଣାଣି ହେବ । ଏହା ପୂର୍ବରୁ ଆନ୍ଧ୍ରର ବିଜୟନଗରମ୍ ଜିଲ୍ଲାପାଳ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ହେଲେ ଲାଗୁଛି ଯେମିତି ସତ୍ୟପାଠ ନାଁରେ ଡାହା ମିଛ କହିଛି ଆନ୍ଧ୍ର । ଆନ୍ଧ୍ର ଦେଇଥିବା ତଥ୍ୟରେ ସତ୍ୟତା ନାହିଁ ବୋଲି ଆମେ ଜୋର୍ କରି କହିପାରିବୁ । ତେବେ ଆନ୍ଧ୍ର କୋର୍ଟରେ କଣ କହିଛି ଓ ବାସ୍ତବରେ ସତ୍ୟତା କଣ ଆମେ ଆପଣଙ୍କ ଆଗରେ ଗୋଟି ଗୋଟି କରି ରଖିବାକୁ ଚାହୁଁଛୁ ।

ଆନ୍ଧ୍ର ଲେଖିଛି କି କୋଟିଆ ଅଂଚଳରେ ଆନ୍ଧ୍ର ୧୯୫୨ରୁ ଭୋଟ୍ କରଉଛି । ଯେବେକି ସତ ଏହା କି ଆନ୍ଧ୍ର ୧ ନଭେମ୍ବର ୧୯୫୬ରେ ପ୍ରତିଷ୍ଠା ହେଲା । ୧୯୩୬ରୁ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ହୋଇସାରିଛି । ପ୍ରଥମରୁ କୋଟିଆ ଅଂଚଳର ଓଡିଶାରେ ରହିଛି । ତେଣୁ ସେଠାରେ ୧୯୫୨ରେ ଆନ୍ଧ୍ର ଭୋଟ୍ କରଉଛି କହିବା ହାସ୍ୟାସ୍ପଦ କଥା ।

ଆନ୍ଧ୍ର କହିଛି କି, ଗଞ୍ଜେୟଭଦ୍ରା, ପାଟ୍ଟୁଚେନ୍ନୁର ଓ ପାଗଲୁଚେନ୍ନୁରରେ ସେ ଭୋଟ୍ କରଉଛି, ଯାହା ତାହାର ଅଂଶ । ହେଲେ ସତ ହେଉଛି ଏହି ଅଂଚଳର ନାଁ ହେଉଛି ଗଞ୍ଜେିପଦର, ଫାଟୁସିନେରି, ଫଗୁସିନେରି । ଏହି ଅଂଚଳ ଓଡିଶାର ଅବିଚ୍ଛେଦ୍ୟ ଅଂଶ । ଆନ୍ଧ୍ର କୋର୍ଟଙ୍କୁ ଭୂଆଁ ବୁଲାଇବାକୁ ଏ ସବୁର ଅଲଗା ନାଁ ଦେଇ ବାରମ୍ବାର ଭୁଲ୍ ନାଁର ପ୍ରଚାର କରୁଛି ।

ଆନ୍ଧ୍ର କହୁଛି କି, ସେଠାରେ ସେ ବାରମ୍ବାର ନିର୍ବାଚନ କରୁଛି । ସତ ଏହା କି ସେଠାରେ ନିର୍ବାଚନ ନୁହେଁ, ବରଂ ସେପଟୁ ଥାଇ ନିଜ ମନେ ମନେ ଏଠାକାର ଗାଁ ପାଇଁ ଜନପ୍ରତିନିଧି ଘୋଷଣା କରିଦିଆଯାଏ । ପ୍ରକୃତପକ୍ଷେ ଏହା ସଂପୂର୍ଣ୍ଣ ଅବୈଧ । ଫେବ୍ରୁଆରୀ ୧୩ରେ ଆନ୍ଧ୍ର ଏଠାରେ ଭୋଟ୍ କରାଇବାରେ ସକ୍ଷମ ହୋଇଛି । ଯାହା ଓଡିଶା ବିରୋଧରେ ତାହା ଲାଗି ଏକ ପ୍ରମାଣ ଭାବେ କାର୍ଯ୍ୟ କରିବି । ଆମ ସରକାରଙ୍କ ଏହି ଅପାରଗତାକୁ ଆମେ ମଧ୍ୟ ସ୍ୱୀକାର କରିବାକୁ ବାଧ୍ୟ ହେଉଛୁ । ଆନ୍ଧ୍ର କହୁଛି, ସେଠାକାର ଲୋକେ ତାହା ରାଜ୍ୟର । କିନ୍ତୁ ୨୦୧୧ ଜନଗଣନାର ତଥ୍ୟ କହୁଛି, ସେମାନେ ଓଡିଶା ରାଜ୍ୟର । ଆଉ ଏହା ହିଁ ନିଦ୍ୱର୍ନ୍ଦରେ ଏକମାତ୍ର ସତ୍ୟ ।

ଆନ୍ଧ୍ର କହୁଛି, କୋଟିଆର ମାନଚିତ୍ର ଆନ୍ଧ୍ର ଅଧୀନରେ । ଯାହା ଆଉ ଏକ ବଡ ମିଛ । ୧୯୩୬ର ନକ୍ସାରେ ଏହା ଓଡିଶାର ବୋଲି ସ୍ପଷ୍ଟ ଚିହ୍ନିଟ ଅଛି । ଏମିତି ଅନେକ ମିଛ ଆନ୍ଧ୍ର କହୁଛି, କିନ୍ତୁ ସତ ଏହା କୋଟିଆର ଇତିହାସ, ଭୂଗୋଳ, ପ୍ରମାଣ, ତଥ୍ୟ ସବୁ ଏହା ହିଁ କହୁଛି କୋଟିଆ ଓଡିଶା ଥିଲା, ଅଛି, ରହିବ । ଅବଶ୍ୟ ଓଡିଶା ସରକାର ଏ ଦିଗରେ ନିଷ୍କ୍ରିୟତା ଦେଖାଇ ଆନ୍ଧ୍ରକୁ ଏମିତି ସବୁ ମନଗଢା କାହାଣୀ ଶୁଣାଇବାକୁ ସୁଯୋଗ ଦେଇଛନ୍ତି । ତେବେ ଶୁକ୍ରବାର ଶୁଣାଣିରେ ଆନ୍ଧ୍ରର ପ୍ରତିଟି ମିଛର କଡା ଜବାବ ଦିଅନ୍ତୁ ରାଜ୍ୟ ସରକାର । ଯାହା ହୁଏତ ସରକାର ଫେବ୍ରୁଆରୀ ୧୩ରେ କରିଥିବା ଅକ୍ଷମଣୀୟ ତ୍ରୁଟିର କିଛିଟା ପ୍ରାୟଶ୍ଚିତ କରାଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି